ମାଧବଙ୍କ ପାଇଁ ଅଗ୍ନି ପରୀକ୍ଷା

କେନ୍ଦୁଝର,୧୪ା୪(ଦୀପକ ମିଶ୍ର)ନିର୍ବାଚନ ଆସିଲେ କେନ୍ଦୁଝର ଜିଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ବହୁ ବିବାଦୀୟ ଘଟଣା ଘଟେ। ଗତ ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ଇଂ. ପ୍ରେମାନନ୍ଦ ନାଏକ ନିର୍ବାଚିତ ହୋଇ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ତେବେ ୨୦୨୪ ନିର୍ବାଚନ ପୂର୍ବରୁ କୋଣଠେସାର ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଇ ସେ ଭାଜପାରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ପଦରେ ଥାଇ ସୁଦ୍ଧା ତେଲକୋଇ ଅଞ୍ଚଳର ବିଶେଷ କିଛି ଉନ୍ନତି କରି ନ ଥିବା ଅନେକ ଅଭିଯୋଗ ହୋଇଥିଲା। ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ ନ କରିିବା ଆଶଙ୍କାରେ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ଆଲୋଚନା ହେଉଛି। ଏହା ବ୍ୟତିତ ୨୦୧୯ ନିର୍ବାଚନରେ ଭାଜପାରୁ ଧନୁର୍ଜୟ ସିଦ୍ଧୁ ପ୍ରାର୍ଥୀ ହୋଇ ୫୯୨୦ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ସେ ତେଲକୋଇରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାକରି ଯୋରସୋର ପ୍ରଚାର ଚଳାଇଥିଲେ। ତେବେ ସେ ତେଲକୋଇ ନିର୍ବାଚନ ମଣ୍ଡଳୀର ଲୋକ ନୁହଁନ୍ତି ବୋଲି ବିଜେଡି କର୍ମୀମାନେ ତାଙ୍କୁ ସେଠାରେ ପ୍ରବଳ ବିରୋଧ କରିଥିଲେ। ଯେଉଁଥିପାଇଁ ଦଳ ତାଙ୍କୁ ତେଲକୋଇରୁ ପ୍ରାର୍ଥୀ ନ କରି ଏମ୍‌ପି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଛି। ବିଜେଡି ପକ୍ଷରୁ ଏହି ନିର୍ବାଚନ ମଣ୍ଡଳୀରେ ମାଟିର ପୁଅକୁ ପ୍ରାର୍ଥୀ କରିବା ପାଇଁ ଦାବି ଜୋର ଧରିଥିବାବେଳେ ହଠାତ୍‌ ଦଳର ଜିଲା ସଭାପତି ମାଧବ ସର୍ଦ୍ଦାର (ଯାହାଙ୍କ ଘର ସଦର ନିର୍ବାଚନ ମଣ୍ଡଳୀର ଝୁମ୍ପୁରା ବ୍ଲକ ଅଞ୍ଚଳରେ)ଙ୍କୁ ବିଜେଡି ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେଲକୋଇ ନିର୍ବାଚନ ମଣ୍ଡଳୀର କିଛି ଅସନ୍ତୁଷ୍ଟ ଦଳୀୟ ନେତା ଓ କର୍ମୀଙ୍କୁ ବୁଝାଇ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ଆଲୋଚନା ହେଉଛି। ମାଧବ ସଦର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଯୋରଦାର ଲବି କରୁଥିଲେ। ମାତ୍ର ତାଙ୍କ ସ୍ଥାନରେ ଦଳ ପୂର୍ବତନ ନଗରପାଳ ମୀନା ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଗତ ୨୦୧୯ ନିର୍ବାଚନରେ ସେ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ୧୧୨୪ ଭୋଟରେ ହାରିଥିଲେ। ତେବେ ୧୫ ବର୍ଷ ଧନୁର୍ଜୟ ସିଦ୍ଧୁୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ ସଂଗଠନ କରି ମଧ୍ୟ ଜିତି ପାରୁ ନ ଥିବାବେଳେ ମାତ୍ର ଦେଢମାସ ଥିବା ନିର୍ବାଚନ ପାଇଁ ମାଧବ ସର୍ଦ୍ଦାର ସଂଗଠନ କରି କିପରି ନିର୍ବାଚନକୁ ସମ୍ମୁଖୀନ ହେବେ ତାହା ଚର୍ଚ୍ଚା ହେଉଛି। ଅପରପକ୍ଷେ ଏହି ନିର୍ବାଚନ ମଣ୍ଡଳୀରେ ମାଟିର ପୁଅକୁ ଟିକେଟ ଦେବାର ନାରାକୁ ପ୍ରତିହତ କରି ଦଳ ଭିତରେ ଥିବା ଅସନ୍ତୋଷକୁ କିପରି ପ୍ରଶମିତ କରିବେ ତାହା ତାଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି। ତେଲକୋଇ ଅଞ୍ଚଳର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାଏକ ବିଜେଡି ଟିକେଟ ଟିକେଟ ଆଶୟୀ ଥିଲେ। ଅଞ୍ଚଳରଲ୍ରନେକ ବିଜେଡି ନେତା ଓ କର୍ମୀ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହୁଁଥିଲେ। ମାତ୍ର ମାଧବଙ୍କୁ ପ୍ରାର୍ଥୀ କରାଯିବା କେତେ ଦୂର ଗ୍ରହଣୀୟ ହେବ ତାହା ଆଗାମୀ ନିର୍ବାଚନ ଫଳାଫଳରୁ ଜଣାପଡ଼ିବ। ସଦାନନ୍ଦ ଗତ ୧୨ ତାରିଖରେ ବିଜେଡ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ଭାଜପାରୁୁ ଡାକ୍ତର ଫକିର ନାଏକ ଏବଂ ମାନସ ନାଏକ ମଧ୍ୟ ଦଳୀୟ ଟିକେଟ ଆଶାୟୀ ଅଛନ୍ତି। ଏହା ବ୍ୟତୀତ ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ ଓ ତାଙ୍କ ପୁଅ ନିର୍ମଳ ନାଏକ କଂଗ୍ରେସରେ ଯୋଗ ଦେଇଥିବାରୁ ନିର୍ମଳ ତେଲକୋଇରୁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri