ମାଧବ କୌଶିକ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି

ଭୁବନେଶ୍ୱର,୧୨।୩(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଭାପତି ଭାବେ ହିନ୍ଦୀ ସାହିତି୍ୟକ ତଥା ବିଶିଷ୍ଟ କବି ମାଧବ କୌଶିକ ନିର୍ବାଚିତ ହୋଇଛନ୍ତି। ୧୯୫୪ ନଭେମ୍ବର ୧ରେ ହରିଆଣାର ଭବାନୀ ସହରରେ ଜନ୍ମ ଗ୍ରହଣ କରିଥିବା କୌଶିକ ହିନ୍ଦୀ କବିତା, କାହାଣୀ, ଶିଶୁ ସାହିତ୍ୟ, ଗଜଲ କ୍ଷେତ୍ରରେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର କେତେକ ଜଣାଶୁଣା ଗଜଲଗୁଡ଼ିକ ହେଉଛି ‘ସାରେ ସପ୍ନେ ବାଗୀ ହେ’, ‘ଆଏନୋ କେ ଶାହର ମେନ’, ‘କିରଣ କି ସୁବା’, ‘ସପ୍ନେ ଖୁଲି ନିଗାଓଁ କେ’, ‘ହାଥ ସଲାମତ ରେହେନେ ଦୋ’, ‘ଆସମାନ୍‌ ସପ୍‌ନୋ କା’। ଅଧ୍ୟକ୍ଷ ପଦ ପାଇଁ କୌଶିକଙ୍କ ସହ ପ୍ରସିଦ୍ଧ ମରାଠି ଲେଖକ ରଙ୍ଗନାଥ

ପଠାରେ ଓ କନ୍ନଡ ସାହିତି୍ୟକ ମଲ୍ଲପୁରମ ଭେ ନିର୍ବାଚନ ଲଢିଥିଲେ। ସେହିପରି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କୁମୁଦ ଶର୍ମା। ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ହିନ୍ଦୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ। ଏହି ଦୁଇ ପଦ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୭ଜଣ ସଦସ୍ୟ ମତଦାନ କରିଥିଲେ। ସୂଚନାଯୋଗ୍ୟ, କନ୍ନଡ ସାହିତି୍ୟକ ଚନ୍ଦ୍ରଶେଖର କାମ୍ବର କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଥିଲେ। ୨୦୧୮ ଫେବୃୟାରୀ ୧୨ରେ ସେ ଏକାଡେମୀର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

Share