ଭାଜପା ଛାଡ଼ିଲେ ସୋର ପୌରାଧ୍ୟକ୍ଷ

ସୋର,୧୩ା୩(ଜନ୍ମେଜୟ ମିଶ୍ର): ସୋର ପୌର ପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଦଳ ତାଙ୍କୁ କୌଣସି ଗୁରୁତ୍ୱ ଦେଉ ନ ଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ତେବେ କେଉଁ ଦଳରେ ଯୋଗଦେବେ ସେ ସମ୍ପର୍କରେ କିଛି ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି।

Share