ବମ୍ବେ: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏଫ୍ଟିଆଇଆଇ)ର ସଭାପତି ତଥା ପରିଚାଳନା ପରିଷଦର ଚେୟାରମ୍ୟାନ ହୋଇଛନ୍ତି ଅଭିନେତା ଆର୍ ମାଧବନ୍। କିଛି ଦିନ ପୂର୍ବେ ତାଙ୍କର ଚଳଚ୍ଚିତ୍ର ‘ରକେଟ୍ରି: ନାମ୍ବି ଇଫେକ୍ଟ’ ଜାତୀୟ ପୁରସ୍କାର ଲାଭ କରିଥିଲା। ଶ୍ରେଷ୍ଠ ବୈଶିଷ୍ଟ୍ୟ ଚଳଚ୍ଚିତ୍ରରେ ଏହାକୁ ସମ୍ମାନିତ କରାଯାଇଥିଲା। ଏବେ ଆଉ ଏକ ଉପଲବ୍ଧିକୁ ନେଇ ମାଧବନଙ୍କ ଖୁସି ଦ୍ୱିଗୁଣିତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମାଧବନ୍ଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟ୍ କରିଛନ୍ତି।
ଜ୍ଞାନ ଏବଂ ନୈତିକତା ଦ୍ୱାରା ମାଧବନ ଅନୁଷ୍ଠାନକୁ ଅଧିକ ଉନ୍ନତ କରିପାରିବେ। ଏଥିରେ ବହୁତ ଉଚ୍ଚ ପରିବର୍ତ୍ତନ ଦେଖାଯିବ ଏବଂ ସକରାତ୍ମକ ଓ୍ବାର୍କ କଲ୍ଚର ସୃଷ୍ଟି କରିବ। ଆପଣଙ୍କ ସହ ମୋର ଶୁଭେଚ୍ଛା ସର୍ବଦା ରହିଛି ବୋଲି ଠାକୁର କହିଛନ୍ତି।
ତେବେ ଅଭିନେତା ଏହାକୁ ନେଇ ନିଜର ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି। ସେ ନିଜ ତରଫରୁ ସମସ୍ତ ପ୍ରଚେଷ୍ଟା କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।