ବମ୍ବେ: କରୋନା ମନୋରଞ୍ଜନଜଗତ ସହ ଜଡ଼ିତ କଳାକାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ମହାମାରୀକୁ ନେଇ କଟକଣା କାରଣରୁ ଅନେକ ଫିଲ୍ମର ଶୁଟିଂ ଅଟକି ରହିଥିବା ବେଳେ ଅନେକ ରିଲିଜ ହୋଇପାରୁ ନ ଥିଲା। ଏଭଳି ସ୍ଥିତିରେ ରୋଜଗାର ହରାଇଥିଲେ ଅନେକ ଅଭିନେତା। ସେମାନଙ୍କ ମଧ୍ୟରୁ ଆର୍ ମାଧବନ ଜଣେ।
ଗତ ୪ ବର୍ଷ ମଧ୍ୟରେ ମାଧବନ ଟଙ୍କାଟିଏ ବି ରୋଜଗାର କରିନାହାନ୍ତି। ଏକ ପୋର୍ଟାଲକୁ ସାକ୍ଷାତକାର ଦେଇ ସେ ଏନେଇ ଖୁଲାସା କରିଛନ୍ତି। କରୋନାକାଳରେ ସେ ରୋଜଗାର ହରାଇଥିଲେ। କେବଳ ଓଟିଟି ତାଙ୍କୁ ଜୀବିତ ରଖଇଥିଲା। କାରଣ ତାଙ୍କୁ ନେଟଫ୍ଲିକ୍ସ ରେ ସୁଯୋଗ ମିଳିଥିଲା। ଏହାଛଡା ସେ କୌଣସି ଫିଲ୍ମ କରି ନ ଥିଲେ ବୋଲି ସେ କହିଛନ୍ତି।
ତେବେ ଆଗାମୀ ଦିନରେ ଅଭିନେତାଙ୍କ ଫିଲ୍ମ ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’ ରିଲିଜ ହେବାକୁ ଯାଉଛି। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାର ପ୍ରିମିୟର କରାଯାଇଥିଲା। ଫିଲ୍ମରେ ଅଭିନୟ ସହ ଲେଖକ, ନିର୍ମାତା ଏବଂ ନିର୍ଦ୍ଦେଶକ ସେ ଥିବାରୁ ମାଧବନ ବେଶ ଉତ୍ସାହିତ ଅଛନ୍ତି। ଫିଲ୍ମକୁ ହିନ୍ଦୀ, ତାମିଲ, ଇଂରାଜୀ, ତେଲୁଗୁ, ମାଲାୟାଲାମ ଏବଂ କନ୍ନଡ଼ ଭାଷାରେ ରିଲିଜ କରାଯିବ। ଶାହାରୁଖ ଖାନ୍ ଏବଂ ସୂର୍ଯ୍ୟା ଏଥିରେ ଅତିଥି ଭାବେ ନଜର ଆସିବେ।