ଫ୍ରାନ୍ସ ରାଷ୍ଟ୍ରପତି, ମୋଦିଙ୍କ ସହ ଫଟୋ ଶେୟାର କଲେ ମାଧବନ

ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ପ୍ୟାରିସରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକରଁ ଦ୍ୱାରା ଆୟୋଜିତ ନୈଶ ଭୋଜିରେ ମାଧବନ ଯୋଗ ଦେଇଥିଲେ। ଏହାର ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଉଭୟ ନେତାଙ୍କୁ ପ୍ରଶଂସା କରି ଏକ ଲମ୍ବା ନୋଟ ଲେଖିଥିଲେ।
ମାଧବନ କହିଛନ୍ତି, ଆମର ପରସ୍ପର ପ୍ରତି ସମାନ ସକାରାତ୍ମକତା ଏବଂ ସମ୍ମାନ ରହିବା ଉଚିତ୍‌। ରାଷ୍ଟ୍ରପତି ମାକରଁ ଉତ୍ସାହର ସହିତ ଆମ ସହ ଏକ ସେଲଫି ନେଇଥିଲେ।
ମାଧବନ ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଅନ୍ୟମାନଙ୍କ ସହ ଏକ ଟେବୁଲରେ ବସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇଥିଲେ।

Share