ଏହି ଡେଟ୍‌ରେ ରିଲିଜ ହେବ ମାଧବନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ

ମୁମ୍ବାଇ: ଅପ୍ରିଲ ୧ରେ ରିଲିଜ ହେବାକୁ ଯାଉଛି ଆର୍‌ ମାଧବନଙ୍କ ଫିଲ୍ମ ରକେଟ୍ରି; ଦ ନାମ୍ବି ଇଫେକ୍ଚ’। ଏହି ଫିଲ୍ମରେ ମାଧବନ କେବଳ ଜଣେ ଅଭିନେତା ଭାବେ ନୁହେଁ ବରଂ ଜଣେ ସଂଳାପକ, ନିର୍ମାତା ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଏହାର ରିଲିଜ ଡେଟ୍‌କୁ ଇନ୍‌ଷ୍ଚାଗ୍ରାମରେ ଘୋଷଣା କରି ଟିମ୍‌ ରକେଟ୍ରି ପକ୍ଷରୁ ସମସ୍ତ ସମର୍ଥକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଫିଲ୍ମଟି ବୈଜ୍ଞାନିକ ନମ୍ବି ନାରାୟଣଙ୍କ ଜୀବନ ଉପରେ ଆଧାରିତ। ଯିଏ କି ଇସ୍ରୋର ଜଣେ ବୈଜ୍ଞାନିକ ଥିଲେ। ସେ ଗୁପ୍ତଚର ଦୁର୍ନୀତିରେ ଧରାପଡ଼ିଥିଲେ। ତେବେ ଫିଲ୍ମଟି ହିନ୍ଦୀ, ତାଲିମ ଓ ଇଂଲିଶ ଭାଷାରେ ଶୁଟିଂ ହୋଇଥିବା ବେଳେ ତେଲଗୁ, ମାଲାୟାଲାମ ଓ କନ୍ନଡ ଭାଷାରେ ମଧ୍ୟ ରିଲିଜ ହେବ।

Share