ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଲେ ମାଧବନଙ୍କ ପୁଅ

ନୂଆଦିଲ୍ଲୀ,୧୭।୭: ଅଭିନେତା ଆର ମାଧବନଙ୍କ ପୁଅ ବେଦାନ୍ତ ପୁଣି ଏକ ରେକର୍ଡ ହାସଲ କରିଛନ୍ତି। ଜୁନିଅର ନ୍ୟାଶନାଲ ଆକ୍ୱାଟିକ୍ସର ୧୫୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ବେଦାନ୍ତ ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଛନ୍ତି। ସେ ୧୬ ମିନିଟର ପୂର୍ବ ଧାରକଙ୍କ ରେକର୍ଡ ଭାଙ୍ଗି ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ମାଧବନ ପୁଅର ଏକ ଭିଡିଓ ଶେୟାର କରି ନିଜକୁ ଗର୍ବିତ ପିତା ବୋଲି କହିଛନ୍ତି।
ବଲିଉଡ୍‌ ସେଲିବ୍ରିଟିଙ୍କର ପିଲାମାନେ ସାଧାରଣତଃ ମାତାମାତାଙ୍କ ପଦାଙ୍କ ଅନୁସରଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥାନ୍ତି। କିନ୍ତୁ ମାଧବନଙ୍କ ପୁଅ ବେଦାନ୍ତ ଗ୍ଲାମର ଦୁନିଆରୁ ଦୂରରେ ରହି ସୁଇମିଂରେ କ୍ୟାରିୟର ଗଢିଛନ୍ତି। ବେଦାନ୍ତ ଅନେକ ପ୍ରତିଯୋଗିତାରେ ପଦକ ଜିତିଛନ୍ତି।
ଚଳିତ ବର୍ଷ ଏପ୍ରିଲରେ ବେଦାନ୍ତ ମାଧବନ ଡେନମାର୍କ ଓପନର ୮୦୦ ମିଟର ଫ୍ରିଷ୍ଟାଇଲରେ ସ୍ବର୍ଣ୍ଣ ପଦକ ଜିତିଥିଲେ।