ଏହି ଅଭିନେତ୍ରୀ ଭଲ ପାଉଥିଲେ ଅନ୍ୟ ଜଣଙ୍କୁ, କେବଳ ଏହି ରାଗରେ ବିବାହ କରିଥିଲେ କିଶୋର କୁମାରଙ୍କୁ

ହିନ୍ଦୀ ସିନେମାରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଭଲ ଅଭିନୟ କରୁଥିଲେ। ମାତ୍ର ସେମାନଙ୍କର ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ। ଆମେ ସେଭଳି ଜଣେ ଅଭିତ୍ରେୀଙ୍କ ବିଷୟରେ କହୁଛୁ ଯାହାଙ୍କ ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ ଏବଂ କ୍ରୋଧିତ ବିବାହ ବିଷୟରେ ବହୁତ୍‌ କମ୍‌ ଲୋକ ଜାଣିଥିବେ। ସୁନ୍ଦରୀ ଅଭିନେତ୍ରୀ ମଧୁବାଲା ଯିଏକି ପ୍ରାୟତଃ ଚର୍ଚ୍ଚାରେ ରହୁଥିଲେ। ମଧୁବାଲା ଦିଲୀପ କୁମାରଙ୍କୁ ପ୍ରେମ କରୁଥିଲେ। ଦିଲୀପ ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ। ପରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଦିଲୀପ କୁମାର ସାଇରା ବାନୁଙ୍କୁ ବିବାହ କରିଥିଲେ ଏବଂ ମଧୁବାଲା ମଧ୍ୟ କ୍ରୋଧରେ ବିବାହ କରିଥିଲେ। ଜନ୍ମରୁ ହିଁ ମଧୁବାଲାଙ୍କ ହାର୍ଟରେ ଏକ ହୋଲ ଥିଲା । ଡାକ୍ତରଙ୍କ ତାଙ୍କୁ ବିଶ୍ରାମ ନେବା ପାଇଁ କହିଥିଲେ। କିନ୍ତୁ ପରିବାରର ଦାୟିତ୍ୱ ଆଗରେ ସେ ତାଙ୍କର ସମସ୍ତ ଯନ୍ତ୍ରଣା ସହିତ କାମ କରୁଥିଲେ। ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ। ପରେ ସୁପରଷ୍ଟାର ଅଭିନେତା ଦିଲୀପ କୁମାର ତାଙ୍କ ଜୀବନରେ ଆସିଥିଲେ। ହେଲେ ମଧୁବାଲାଙ୍କ ବାପା ଏହି ପ୍ରସ୍ତାବରେ ରାଜି ନ ଥିଲେ।
୧୯୫୬ ମସିହାରେ ଫିଲ୍ମ‘ମଲମଲ’ର ଶୁଟିଂ ସମୟରେ ଦିଲୀପ କୁମାର ମଧୁବାଲାଙ୍କୁ ଭେଟି କହିଥିଲେ ଯେ’ ‘କାଜୀ ଅପେକ୍ଷା କରିଛନ୍ତି ଆମ ଘର ଚାଲ ଆଜି ବିବାହ କରିବା ’। ଏହା ଶୁଣିବା ପରେ ମଧୁବାଲା କାନ୍ଦିବାକୁ ଲାଗିଲେ। ଦିଲୀପ କୁମାର କହିଥିଲେ, ଯଦି ତୁମେ ଆଜି ନ ଯାଅ, ମୁଁ ତୁମ ପାଖକୁ ଫେରିବି ନାହିଁ, ମୁଁ କେବେବି ଆସିବି ନାହିଁ। ଠିକ ସେପରି ଘଟିଥିଲା, ଦିଲୀପ ଆଉଥରେ ମଧୁବାଲାଙ୍କ ପାଖକୁ ଫେରି ନ ଥିଲେ।

ଦିଲୀପ କୁମାରଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ମଧୁବାଲା ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲେ ଏବଂ ସେ ଗାୟକ କିଶୋର କୁମାରଙ୍କୁ ବିବାହ କଲେ। କିଶୋର କୁମାର ପୂର୍ବରୁ ତାଙ୍କୁ ଭଲ ପାଉଥିଲେ। ସେ ମଧୁବାଲାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ। କିଶୋର ଦା ବିବାହ ପାଇଁ ମଧୁବାଲାଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ମଧୁବାଲାଙ୍କ ପାଇଁ ଏହି ବିବାହ କେବଳ କ୍ରୋଧରେ ନିଆଯାଇଥିବା ଭୁଲ ନିଷ୍ପତ୍ତି ଥିଲା।

Share