ଫସଲ ବୀମା ୱେବ୍‌ ପୋର୍ଟାଲରେ ନାହିଁ ମଧୁବନ ଗାଁ

ରସୁଲପୁର,୯ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନରେ ୨୮ ପଞ୍ଚାୟତ ଓ ୧୭୪ ରାଜସ୍ବ ଗ୍ରାମ ରହିଛି। ସେଥିମଧ୍ୟରୁ ମଧୁବନ ଗାଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ୱେବ ପୋର୍ଟାଲରେ ସ୍ଥାନିତ ହୋଇନାହିଁ। ଫସଲ ବୀମା ଯୋଜନାରେ ସାମିିଲ ହେବା ପାଇଁ ୧୦ଅଗଷ୍ଟ ଶେଷ ତାରିଖ ଭାବରେ ଧାର୍ଯ୍ୟ କରାଯାଇଛି। ମାତ୍ର ପୋର୍ଟାଲରେ  ନାଁ ମିଳୁ ନ ଥିବାରୁ ମଧୁବନ ଗାଁରେ ଧାନ, ଡାଲି ଜାତୀୟ, ପନିପରିବା ଫସଲ ଚାଷ କରୁଥିବା ଶତାଧିକ ଚାଷୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଏନେଇ ଚାଷୀମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ପଞ୍ଜୀକରଣ ଅବଧି ବଢ଼ାଇବା ସହ ପୋର୍ଟାଲରେ ରହିଥିବା ତ୍ରୁଟିବିଚ୍ୟୁତିକୁ ତୁରନ୍ତ ସଂଶୋଧନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସୂଚନା ମୁତାବକ, ପରିବର୍ତ୍ତିତ ପାଣିପାଗ ସ୍ଥିତିରେ ଚାଷୀଙ୍କ ଫସଲରେ କ୍ଷତି ପହଞ୍ଚୁଛି। କ୍ଷତିଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବା ସହ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଧାନ, ଡାଲି ଓ ତୈଳବୀଜ ଜାତୀୟ ଫସଲକୁ ବୀମା ପରିସରଭୁକ୍ତ କରାଯାଇଛି। ପ୍ରତ୍ୟେକ ପ୍ଲଟ ପିଛା ମାତ୍ର ୧ ଟଙ୍କା ଦେୟଦେଇ ଚାଷୀ ବୀମା ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏକ ୟୁନିଟ୍‌ ଭାବରେ ଗ୍ରହଣ କରାଯାଇଛି। ଆଗଭଳି ରାଜ୍ୟ, ଜିଲା ଓ ବ୍ଲକରେ କ୍ଷୟକ୍ଷତି ଆଧାରରେ ନୁହେଁ ବରଂ ଗୋଟିଏ ପଞ୍ଚାୟତରେ ଫସଲରେ ହେଉଥିବା କ୍ଷୟକ୍ଷତିକୁ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସରକାରୀ ନିୟମ କରାଯାଇଛି। ସରକାରଙ୍କ ପରିବର୍ତ୍ତିତ ନିୟମରୁ ଚାଷୀ ବିଶେଷ ଉପକୃତହେବେ ବୋଲି ଆଶାବାନ୍ଧି ଥିବାବେଳେ ୱେବ ପୋର୍ଟାଲରେ ମଧୁବନ ମୌଜା ନାମ ଉଲ୍ଲେଖ ନଥିବାରୁ ସେ ଅଞ୍ଚଳର ଚାଷୀ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଚାଷୀ ସୁଧାଂଶୁ ରଥ, ନନ୍ଦକିଶୋର ରଥ, ଅଜୟ କଣ୍ଠ, ସୁମନ୍ତ ତରାଇ, ଚୈତନ୍ୟ ଚରଣ ରଥ, ଧନେଶ୍ୱର ତରାଇ ପ୍ରମୁଖ ଶତାଧିକ ଚାଷୀଙ୍କ ଅଭିଯୋଗ ହେଲା ମଧୁବନ ଅଞ୍ଚଳରେ ଉର୍ବର କୃଷିକ୍ଷେତ ରହିଛି। ଚାଷୀ ବର୍ଷକୁ ୩ରୁ ୪ କିସମର ଫସଲ ଉତ୍ପାଦନ କରୁଛନ୍ତି। ପରିବର୍ତ୍ତିତ ପାଣିପାଗ, ବର୍ଷା, ବନ୍ୟା, ବାତ୍ୟା ଓ ଅଚିହ୍ନା ରୋଗପୋକ ଦାଉରୁ ଫସଲରେ ହାନି ଘଟୁଛି। ଫସଲ ବୀମା ଥିଲେ ଚାଷୀଙ୍କ ବିଶେଷ ଫଳପ୍ରଦ ହୋଇପାରିବ। ହେଲେ ୱେବ ପୋର୍ଟାଲ ସେଥିରେ ବାଧକ ସାଜୁଛି। ତୁରନ୍ତ ଏଭଳି ତ୍ରୁଟିବିଚ୍ୟୁତିରେ ପରିବର୍ତ୍ତନ କରାଗଲେ ଚାଷୀ ଫସଲ ବୀମା ଯୋଜନାରୁ ଲାଭ ଉଠାଇପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କୁ ପଚାରିବାରୁ ସେ ଏ ନେଇ ଅବଗତ ନାହାନ୍ତି। ଘଟଣାକୁ ତଦନ୍ତ କରି ଦେଖିବା ସହ ତା’ର ଆଶୁ ସମାଧାନ ପାଇଁ ଯାଜପୁର ଜିଲା କୃଷି କାର୍ଯ୍ୟାଳୟକୁ ଅବଗତ କରାଇବେ ବୋଲି ମତବ୍ୟକ୍ତ କରିଛନ୍ତି। ମଧୁବନ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଦେବ ପ୍ରସାଦ ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି, ବଡ଼କଇଞ୍ଚି ମୌଜାକୁ ମଧୁବନ ଓ କାଇଞ୍ଚବାଡ଼ ଭଳି ଦୁଇଟି ମୌଜାରେ ବିଭକ୍ତ କରାଯାଇଛି। ଭୂ-ଲେଖ ପୋର୍ଟାଲରେ ମଧୁବନ ମୌଜା ଉଲ୍ଲେଖ ରହିଛି। ମାତ୍ର କୃଷି ବୀମା ଯୋଜନା ପୋର୍ଟାଲରେ କ’ଣ ଘଟୁଛି ସେ ସମ୍ପର୍କରେ ଅବଗତ ନାହାନ୍ତି। ଏହାଛଡ଼ା କେତେକ ପୋର୍ଟାଲରେ ବିଭାଜିତ ମୌଜାର ଅବସ୍ଥିତି ସମ୍ପର୍କରେ ସୂଚନା ନ ଥାଇପାରେ, ସେହି ସ୍ଥାନରେ ହିତାଧିକାରୀ ମୂଳମୌଜାକୁ ଯାଇ ଚେଷ୍ଟାକଲେ ହୁଏତ ପଞ୍ଜୀକରଣ ସୁବିଧା ମିଳିପାରିବ। ଏନେଇ ଅଭିଯୋଗ ଆସିଲେ ସ୍ଥିତି ଯାଞ୍ଚ କରି ପଦକ୍ଷେପ ନେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁଁ ମିଳିବ ୧୨ଦିନ ଛୁଟି

ଭୁବନେଶ୍ୱର,୨୨।୧୦: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଋତୁସ୍ରାବ ପାଇଁ ଏବେ ଦିନେ ନୁହେଁଁ ମିଳିବ ୧୨ଦିନ ଛୁଟି। ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି...

ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ…

ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍‌ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri