Posted inଜାତୀୟ

ମୁକୁଳିଲେ ଅମରମଣି, ମଧୁମଣି

ଗୋରଖପୁର/ଲକ୍ଷ୍ନୌ,୨୬ା୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମଧୁମଣି ତ୍ରିପାଠୀ ଜେଲ ଅବଧି ପୂରିବା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ମୁକୁଳିଛନ୍ତି। ୟୁପି ଜେଲ ବିଭାଗ ଉଭୟଙ୍କୁ ଆଗୁଆ ମୁକ୍ତ କରିବା ପାଇଁ ଗୁରୁବାର ଅର୍ଡର ଜାରି କରିଥିଲା। ରାଜ୍ୟର ରେମିଶନ୍‌ ପଲିସି (ଉତ୍ତମ ବ୍ୟବହାର ପାଇଁ ଦୋଷୀଙ୍କୁ କ୍ଷମା ପ୍ରଦାନ ପୂର୍ବକ ମୁକ୍ତ କରିବା ନୀତି) ଅନୁସାରେ ଏହି ଦମ୍ପତି ୧୬ ବର୍ଷ ଜେଲରେ ରହିସାରିଥିବାରୁ ଏବେ ମୁକ୍ତ କରାଯାଉଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ତ୍ରିପାଠୀ ଦମ୍ପତିଙ୍କ ମୁକ୍ତି ଉପରେ ସ୍ଥଗିତାଦେଶ ଜାରି ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ବେଲା ଏମ୍‌. ତ୍ରିବେଦୀ ରାଜ୍ୟ ସରକାରଙ୍କୁ ନୋଟିସ କରି ମଧୁମିତାଙ୍କ ଭଉଣୀ ନିଧି ଶୁକ୍ଳାଙ୍କ ଆବେଦନ ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରାଗାର ବିଭାଗ ଅର୍ଡରରେ ଦର୍ଶାଇଛି ଯେ, ଅମରମଣିଙ୍କୁ ୬୬ ବର୍ଷ ହେଉଥିବାବେଳେ ତାଙ୍କ ସ୍ତ୍ରୀ ମଧୁମଣିଙ୍କୁ ୬୧ ବର୍ଷ ହେଉଛି। ଜେଲରେ ଦୁହିଁଙ୍କ ଆଚରଣ ଉତ୍ତମ ରହିଆସିଛି। ତେବେ ସୁପ୍ରିମକୋର୍ଟ ସେମାନଙ୍କ ମୁକ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ସ୍ତ୍ରୀ ଓ ସ୍ବାମୀ ମୁକୁଳି ଗୋରଖପୁର ବିଆର୍‌ଡି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଅମରମଣିଙ୍କ ପୁଅ ଅମନମଣି ତ୍ରିପାଠୀ ଖବରଦାତାମାନଙ୍କୁ କହିଛନ୍ତି, ଡାକ୍ତରଙ୍କ ପରାମର୍ଶକ୍ରମେ ମା’ବାପାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନେ ଯାହା କହିବେ ସେହି ଅନୁସାରେ ଆଗକୁ ସବୁ କରାଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ନଉତନଭାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅମନମଣି ୨୦୦୧ରେ ଭାଜପା ସରକାରରେ ମନ୍ତ୍ରୀ ଥିଲେ। ୨୦୦୨ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସରକାରରେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ସେ ସମାଜବାଦୀ ପାର୍ଟି (ଏସ୍‌ପି) ସହ ମଧ୍ୟ ଜଡ଼ିତ। ଅଭିଯୁକ୍ତଙ୍କ ପ୍ରଭାବଶାଳୀ ରାଜନୈତିକ ଓ ଆପରାଧିକ ପୃଷ୍ଠଭୂମି ଥିବାରୁ ସେମାନେ ମୁକୁଳିଥିବାରୁ ନିଜ ଜୀବନ ତଥା ପରିବାର ପ୍ରତି ଭୟ ଅଛି ବୋଲି ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିବା ନିଧି ଶୁକ୍ଳା କହିଛନ୍ତି।
୨୦୦୩ ମେ’ ୯ରେ କବୟିତ୍ରୀ ମଧୁମିତା ଗର୍ଭବତୀ ଥିବାବେଳେ ତାଙ୍କୁ ଲକ୍ଷ୍ନୌସ୍ଥିତ ପେପର ମିଲ୍‌ କଲୋନୀରେ ଗୁଳିକରି ହତ୍ୟା କରାଯାଇଥିଲା। ମଧୁମିତାଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ଅମରମଣିଙ୍କୁ ସେହିବର୍ଷ ଗିରଫ କରାଯାଇଥିଲା। ଡେରାଡୁନ୍‌ସ୍ଥିତ ଏକ କୋର୍ଟ ଅମରମଣି ଓ ମଧୁମଣିଙ୍କୁ ୨୦୦୭ ଅକ୍ଟୋବରରେ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ନୈନିତାଲ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏହି ଦମ୍ପତିଙ୍କ ଦଣ୍ଡ ଅବଧିକୁ ବଳବତ୍ତର ରଖିଥିଲେ। ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାରତୀୟ ଜନତା ପାର୍ଟି (ଭାଜପା) ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ରାଜ୍ୟ ସଭାରେ ବି ହୋଇଗଲା ବଡ଼ ଖେଳ, ଏହିସବୁ ବଡ଼ ନେତା ଯାଇପାରିବେନି ସଂସଦ!

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଚାଲିଲାନି ମହାବିକାଶ ଅଗାଡିର ରଣନୀତି। ତିନିଦଳର ସବୁ କୌଶଳ ଫସା ପଡିଲା। ଏବେ ମହାରାଷ୍ଟ୍ରରେ ଶୋଚନୀୟ ପରାଜୟ ପରେ ସଙ୍କଟରେ ଏମଭିଏ। ବିଧାନସଭା...

ଆଜି ବି’ ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ, ୨୬/୧୧

ମୁମ୍ବାଇ,୨୬।୧୧: ଆଜି ବି’ ମନେପଡିଲେ ଲୋମ ଟାଙ୍କୁରି ଉଠେ। ଆତଙ୍କବାଦୀଙ୍କ ସଂହାରଲୀଳା। ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳି ଥିଲେ ରକ୍ତର ହୋଲି। ପାକିସ୍ତାନୀ...

ମୁଖ୍ୟମନ୍ତ୍ରୀ ରେସ୍‌ରୁ ଓହରିଲେ ଶିନ୍ଦେ! ନିଜ ସମର୍ଥକଙ୍କୁ କଲେ ଏମିତି ନିବେଦନ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଫଳାଫଳର ତିନି ଦିନ ପରେ...

ସଂସଦର ମଞ୍ଚରେ ଥିଲେ ମୋଦି, ଖାର୍ଗେ, ହେଲେ କାହିଁକି ହଡବଡେଇ ଗଲେ ରାହୁଲ?

ନୂଆଦିଲ୍ଲୀ,୨୬।୧୧: ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ନଭେମ୍ବର ୨୫ରୁ ଶୀତ ଅଧିବେଶନ ଆରମ୍ଭ ହୋଇ ୨୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ମଙ୍ଗଳବାର ହେଉଛି ସମ୍ବିଧାନ...

ରାହୁଲଙ୍କ ସହ ମୁଁ ତର୍କ କରିବାକୁ ଚାହୁଁନାହିଁ…, କାହିଁକି ଏମିତି କହିଲେ ପୂର୍ବତନ ସିଜେଆଇ

ନୂଆଦିଲ୍ଲୀ,୨୬।୧୧: ନିକଟରେ ଦେଶର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଅବସର ନେଇଥିବା ଡିଓ୍ବାଇ ଚନ୍ଦ୍ରଚୁଡ଼ ବର୍ତ୍ତମାନ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ନ୍ୟୁଜ ଏଜେନ୍ସି...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହାୟୁତି ଗଠବନ୍ଧନରେ ବିବାଦ ଲାଗି ରହିଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେ ଇସ୍ତଫା ଦେଇଛନ୍ତି।...

ହେମନ୍ତ ସୋରେନଙ୍କୁ ଲାଗିଲା ବଡ଼ ଝଟ୍‌କା

ରାଞ୍ଚି,୨୬।୧୧: ଇଡି ସମନକୁ ଅବମାନନା କରିବା ମାମଲାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିର ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟଙ୍କଠାରୁ ଏକ ଝଟ୍‌କା ପାଇଛନ୍ତି। ଏହି ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri