ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ

ବମ୍ବେ: ଆଜି ହେଉଛି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ୮୦ ଏବଂ ୯୦ ଦଶକରେ ପ୍ରଶଂସକଙ୍କୁ ଅଭିନୟ ସହ ନୃତ୍ୟ ଯୋଗେ ବନ୍ଦି କରିଥିବା ମାଧୁରୀ ପ୍ରାୟ ସବୁ ବଡ଼ ଷ୍ଟାରଙ୍କ ସହ କାମ କରିଛନ୍ତି। ହେଲେ ସେ କେବେ ବି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଗୋଟିଏ ବି ଫିଲ୍ମ କରିନାହାନ୍ତି। ଏହା ପଛର କାରଣ ହେଉଛନ୍ତି ଅନିଲ କପୁର।

୧୯୮୪ରେ ଫିଲ୍ମ ‘ଅବୋଧ’ ଜରିଆରେ ଅଭିନୟରେ ଡେବ୍ୟୁ କରିଥିଲେ ମାଧୁରୀ। ପରେ ୯୦ ଦଶକ ବେଳକୁ ସେ ସୁପରଷ୍ଟାର ପାଲଟିଥିଲେ। ହେଲେ ଏକ ସମୟ ଏଭଳି ଥିଲା, ଯେତେବେଳେ ତାଙ୍କ ଫିଲ୍ମ ହିଟ୍‌ ହେଉ ନ ଥିଲା। ଏପରି ସମୟରେ ତାଙ୍କ ସହ କିଏ ବି କାମ କରିବାକୁ ଚାହୁଁ ନ ଥିଲେ। ଏହି ସମୟରେ ମାଧୁରୀଙ୍କ ସହ ଛିଡ଼ା ହୋଇଥିଲେ ଅନିଲ। ଅଭିନେତ୍ରୀଙ୍କ ସହ ସେ ‘ତେଜାବ, ଲାଡଲା, ରାମ-ଲଖନ, ବେଟା’ ଭଳି ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ ସେ। ଉଭୟଙ୍କ ଯୋଡ଼ି ସୁପରହିଟ୍‌ ଥିଲା।

ସଫଳତାକୁ ନେଇ ବେଶ୍‌ ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ ଅନିଲ। ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲା। ଯେତେବେଳେ ଅମିତାଭଙ୍କ ସହ କାମ କରିବା ନେଇ ମାଧୁରୀଙ୍କୁ ସୁଯୋଗ ମିଳିଥିଲା, ଅନିଲ ମନା କରିଦେଇଥିଲେ। ତାଙ୍କ କଥା ରଖି ମାଧୁରୀ ମଧ୍ୟ କାମ କରି ନ ଥିଲେ। ସେବେଟାରୁ କିଛି ଆଇଟମ ନଂ ବ୍ୟତିତ କୌଣସି ଫିଲ୍ମରେ ନଜର ଆସିନାହାନ୍ତି।
ଅପରପକ୍ଷେ ମାଧୁରୀଙ୍କୁ ପସନ୍ଦ କରିବା ନେଇ ଅନିଲ ଏକ ସାକ୍ଷାତକାରରେ ମୁହଁ ଖୋଲିଥିଲେ। ଭଲ ପାଇବାକୁ ବହୁତ ସୁଯୋଗ ମିଳିଥିଲା। ହେଲେ କିଛି ଦିନର ଖୁସି ଅଥବା ସାରାଜୀବନର ଖୁସି ଆବଶ୍ୟକ ତାହା ଭାବି ଚୁପ୍‌ ରହିଯାଇଥିଲି। ସ୍ତ୍ରୀ ସୁନିତାଙ୍କ ସହ ସେ ଖୁସିରେ ଥିବା ମଧ୍ୟ କହିଥିଲେ।

Share