ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଜବରଦସ୍ତ ଡ୍ୟାନ୍ସ କୌଶଳ ପାଇଁ ବେଶ୍‌ ଜଣାଶୁଣା। ଏବେ ସୋସିଆଲ ମିଡିଆରେ ମାଧୁରୀଙ୍କ ଫିଲ୍ମ ‘ତେଜାବ୍‌’ର ଏକ ଗୀତ ଭାଇରାଲ ହେଉଛି। ବଲିଉଡ୍‌ରେ ଜବରଦସ୍ତ ପରିଚୟ ଦେଇଥିବା ଗୀତ ‘ ଏକ୍‌ ଦୋ ତିନ୍‌’ ରେ ତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁଥିଲା। ଏବେ ମାଧୁରୀଙ୍କ ସେହି ଗୀତର ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଧୁରୀ ଏହି ଭିଡିଓଙ୍କୁ ତାଙ୍କ ୟୁଟୁବ୍‌ ଚ୍ୟାନେଲ ‘ଡ୍ୟାନ୍ସ ଓ୍ବିଥ୍‌ ମାଧୁରୀ’ରେ ପୋଷ୍ଟ କରିଥିଲେ। ଭିଡିଓଟିକୁ ୧ କୋଟି ୭୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଫ୍ୟାନ୍ସମାନେ ଥ୍ରୋବ୍ୟାକ୍‌ ଭିଡିଓକୁ ଦେଖି ପ୍ରତିକ୍ରିୟା ଦେଉଛନ୍ତି। ଦୀର୍ଘଦିନ ପରେ ମାଧୁରୀ ରିୟାଲିଟି ଶୋ’‘ଡ୍ୟାନ୍ସ ଦିବାନେ’ରେ ଜଜ୍‌ ଭାବେ ନଜର ଆସିବେ। କରୋନା ମହାମାରୀ ସମୟରେ ମାଧୁରୀ କ୍ୱାରାଣ୍ଟାଇନ୍‌ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଆଗାମୀ ଦିନରେ ମାଧୁରୀ ଏକ ବଡ଼ ପ୍ରୋଜେକ୍ଟସରେ ନଜର ଆସିବେ।

Share