ନିଜ ସୁପରହିଟ୍‌ ଗୀତରେ ନାଚିଲେ ମାଧୁରୀ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କ ଡ୍ୟାନ୍ସ ଓ ଏକ୍ସପ୍ରେଶନ ପାଇଁ ବେଶ୍‌ ପରିଚିତ। ‘ତେଜାବ’ ଫିଲ୍ମରୁ ହିଟ୍‌ ହୋଇଥିବା ଏହି ନାୟିକାଙ୍କର ଏବେବି ବଲିଉଡ୍‌ରେ କ୍ରେଜ୍‌ ରହିଛି। ଏବେ ସେ ବଡ ପରଦାରେ ଏତେଟା ନଜର ଆସୁ ନ ଥିଲେ ମଧ୍ୟ ସମୟ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ମାଧୁରୀଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଧୁମ୍‌ ମଚେଇଛି। ‘ଶୈଲାବ’ ଫିଲ୍ମର ଗୀତ ‘ହମକୋ ଆଜ କଲ୍‌ ହେ ଇନ୍ତଜାର’ରେ ମାଧୁରୀଙ୍କ ଡ୍ୟାନ୍ସ ପରଫରମାନ୍ସ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। କେବଳ ଡ୍ୟାନ୍ସ ନୁହେଁ ଏଥିରେ ମାଧୁରୀଙ୍କ ଏକ୍ସପ୍ରେଶନ ବି ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଛି ଆଉ ସାମ୍ନାରେ ଥିବା ଦର୍ଶକଙ୍କୁ ନାଚିବାକୁ ବାଧ୍ୟ କରୁଛି। ଏହି ଅଭିନେତ୍ରୀ ଅନ୍‌ଲାଇନରେ ମଧ୍ୟ ଡ୍ୟାନ୍ସ ଶିଖାଉଛନ୍ତି। ଶେଷଥର ପାଇଁ ମୁଭି ‘କଳଙ୍ଗ’ରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିବା ବେଳେ ତାଙ୍କ ଆଗାମୀ ଫିଲ୍ମ ଅପେକ୍ଷାରେ ଅଛନ୍ତି ଦର୍ଶକେ।

Share