ମାଧୁରୀଙ୍କ ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକ୍‌

ମୁମ୍ବାଇ: ବଲିଉଡ୍‌ର ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ ସବୁବେଳେ ତାଙ୍କ ଟ୍ରେଣ୍ଡି ଫ୍ୟାଶନ ସେନ୍ସକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଦିୱାନା କରିଛି । ଏଥିରେ ଅଭିନେତ୍ରୀ ଇଣ୍ଡୋ ୱେଷ୍ଟର୍ଣ୍ଣ ଶାଢିରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ସେ ଟର୍କିସ ବ୍ଲୁ କଲରର ପ୍ରି ଡେପ୍‌ଡ ଶାଢୀ ପିନ୍ଧିଥିବା ଦେଖାଯାଇଛି । ଏହାକୁ ଲୋକପ୍ରିୟ ଡିଜାଇନର ପୁନିଚ ବାଲାନ ଡିଜାଇନ କରିଛନ୍ତି । ଏହି ଶାଢିର ବର୍ଡରରେ ଲାଲ ଓ ଅରେଞ୍ଜ କଲରର ଫ୍ଲୋରାଲ ଡିଜାଇନ କରାଯାଇଛି । ଯେଉଁଥିରେ ମାଧୁରି ଜବରଦସ୍ତ ଲାଗୁଛନ୍ତି । ଏହି ଶାଢିକୁ ୱେଷ୍ଟର୍ଣ୍ଣ ଲୁକ ଦେବା ଲାଗି ଅଣ୍ଟାରେ ବେଲ୍ଟ ଷ୍ଟାଇଲ ଲୁକ୍ ଦିଆଯାଇଛି । ଏହି ଶାଢି ସହ ମାଧୁରି ମ୍ୟାଚିଙ୍ଗ ବ୍ଲାଉଜ କ୍ୟାରି କରିଛନ୍ତି । ହାଲକା ମେକଅପ୍ ସହ କମ୍ ଜୁଏଲାରୀରେ ବି ଖୁବ୍ ସୁନ୍ଦର ଲାଗୁଛନ୍ତି ମାଧୁରି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share