‘ଦ ଫେମ ଗେମ’ରେ ମାଧୁରୀ

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ନେଟଫ୍ଲିକ୍ସର ୱେବ ସିରିଜ ‘ଦ ଫେମ ଗେମ’ରେ ମାଧୁରୀଙ୍କୁ ଦେଖିବାକୁ ମିଳିବ। ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ୱେବ ସିରିଜ ‘ଫେମ ଗେମ’ରେ ସେ ଏକ ଫିଲ୍ମ ଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି। ଯାହାର ଚରିତ୍ର ତାଙ୍କ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ଏହି ସିରିଜ୍‌ରେ ମାଧୁରୀ ବଲିଉଡ୍‌ ଅଭିନେତ୍ରୀ ଅନାମିକା ଆନନ୍ଦଙ୍କ ଭୂମିକାରେ ନଜର ଆସିବେ । ଯିଏ ଦିନେ ନିଖୋଜ ହୋଇଯାଆନ୍ତି ଏବଂ ତା’ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୁପେ ବଦଳିଯାଏ । ଶୋ’ର ଟ୍ରେଲରର ଡିଜିଟାଲ ମାଧ୍ୟମରେ ଲଞ୍ଚ କରାଯିବ। ତେବେ ଏହି ସ୍କ୍ରିଫ୍ଟକୁ ପଢିବା ମାତ୍ରେ ସେ ଏହି ସିରିଜ କରିବା ପାଇଁ ହଁ କହିଥିଲେ। ଏ ନେଇ ମାଧୁରୀ କହିଛନ୍ତି, ‘ମୁଁ ସ୍କ୍ରିପ୍ଟକୁ ପସନ୍ଦ କଲି, ତାଙ୍କର ଚରିତ୍ର ମୋତେ ଖୁବ ଭଲ ଲାଗିଲା। ଏହି କାହାଣୀଟି ଏପରି ଜଣେ ମହିଳାଙ୍କ ବିଷୟରେ, ଯାହାର ଜୀବନ ସ୍ବାଭାବିକ ଭାବରେ ଚାଲିଛି କିନ୍ତୁ ଦିନେ ସେ ହଠାତ କୁଆଡେ ହଜି ଯାଆନ୍ତି । ପରେ ତାଙ୍କ ଜୀବନଶୈଳୀ ପୁରାପୂରି ବଦଳି ଯାଏ । ସେଥିପାଇଁ ଏହାର ନାମ ‘ଫେମ ଗେମ’ ରଖାଯାଇଛି, ଏହା ଫେବୃଆରୀ ୨୫ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ କରାଯିବ।

Share