ଘର ଭଡା ନେଲେ ମାଧୁରୀ: ମାସକୁ ଦେବାକୁ ଏତିକି ଟଙ୍କା

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କେବଳ ଅଭିନୟ ନୁହେଁ, ନୃତ୍ୟରେ ବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୯୦ ଦଶକର ସୁପରହିଟ ଅଭିନେତ୍ରୀମାନଙ୍କ ମଧ୍ୟରେ ମାଧୁରୀ ଦୀକ୍ଷିତଙ୍କ ନାମ ଗଣାଯାଏ ଏବେ ଅନେକ ଡ୍ୟାନ୍ସ ରିୟଲିଟି ଶୋ’ରେ ହୋଷ୍ଟ ଭୂମିକାରେ ନଜର ଆସୁଛନ୍ତି। ମାଧୁରୀ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ଭିତରେ ରୁହନ୍ତି। ନିକଟରେ ସେ ଏକ ଘର ଭଡା ନେଇଛନ୍ତି। ଯାହାର ମାସିକ ଭଡା ୧୨.୫ ଲକ୍ଷ ଟଙ୍କା। ୱର୍ଲିର ଇଣ୍ଡିଆବୁଲ୍ସ ବ୍ଲୁରେ ଅବସ୍ଥିତ ଏହି ଆପାର୍ଟମେଣ୍ଟକୁ ଆସନ୍ତା ୩ ବର୍ଷ ପାଇଁ ମାଧୁରୀ ଦୀକ୍ଷିତ ଭଡା ଦେଇଛନ୍ତି। Zapkey.com ରେ ମାଧୁରୀଙ୍କ ଆପାର୍ଟମେଣ୍ଟ ଏବଂ ଭଡା ବିଷୟରେ ସବିଶେଷ ତଥ୍ୟ ଅଛି। ମାଧୁରୀ ଦୀକ୍ଷିତ ଏହି ଆପାର୍ଟମେଣ୍ଟ ପାଇଁ ୩ କୋଟି ଟଙ୍କା ଜମା କରିଛନ୍ତି ଏବଂ ପ୍ରତି ମାସରେ ତାଙ୍କୁ ଏହି ଆପାର୍ଟମେଣ୍ଟ ପାଇଁ ୧୨.୫ଲକ୍ଷ ଟଙ୍କା ଦେବାକୁ ପଡିବ।୨୯ ତମ ମହଲାରେ ଥିବା ମାଧୁରୀ ଦୀକ୍ଷିତଙ୍କ ଏହି ଆପାର୍ଟମେଣ୍ଟ ୫୫୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଛି।ମାଧୁରୀ ଦୀକ୍ଷିତଙ୍କ ଏହି ବିଳାସପୂର୍ଣ୍ଣ ଫ୍ଲାଟରେ ୩ଟି ରୁମ୍‌ କୋଠରୀ ଏବଂ ସୁନ୍ଦର ବାଲକୋନି ଅଛି।

Share