୩ ମାସ ପ୍ରେମ ପରେ ବିବାହ କରିଥିଲେ ମାଧୁରୀ

ମୁମ୍ବାଇ: ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ-ଡକ୍ଟର ଶ୍ରୀରାମ ନେନେ ୨୧ ବର୍ଷରୁ ଅଧିକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟ ପରସ୍ପର ବିଷୟରେ କଥାବାର୍ତ୍ତା କରିବା ସମୟରେ ସବୁବେଳ ପାଇଁ ସକାରାତ୍ମକ ଏବଂ ଅତ୍ୟଧିକ ନମ୍ର ହୋଇଥାନ୍ତି। ମାଧୁରୀ ଆମେରିକାରେ ତାଙ୍କ ସ୍ବାମୀଙ୍କ ସହ ଜଣେ ଗୃହିଣୀ ଭାବରେ  ବୈବାହିକ ଜୀବନର ଅନେକ ବର୍ଷ ଅତିବାହିତ କରିଛନ୍ତି। ଦୁହେଁ ବର୍ତ୍ତମାନ ଭାରତ ଫେରି ମୁମ୍ବାଇରେ ରହୁଛନ୍ତି। ସେମାନେ ପ୍ରତ୍ୟେକ ଷ୍ଟେପ୍‌ରେ ପରସ୍ପରକୁ ବହୁତ ଭଲ ଭାବରେ ସମର୍ଥନ କରିଥାନ୍ତି। ଡକ୍ଟର ନେନେ ବିଭିନ୍ନ କାର୍ଯ୍ୟକ୍ରମରେ ମାଧୁରୀଙ୍କୁ ଉତ୍ସାହିତ କରୁଥିବା ଦେଖାଯାଏ।

Madhuri Dixit Wishes Everyone To Get A Husband Like Shriram, Reveals, 'He  Encouraged Me For Singing'

ମାଧୁରୀ ୧୯୯୦ ଦଶକରେ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ତାଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ପ୍ରସିଦ୍ଧ କଳାକାରଙ୍କ ସହ ଜଡ଼ିତ ଥିଲା କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ। ଡକ୍ଟର ଶ୍ରୀରାମ ମାଧବ ନେନେ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ରେ ରହୁଥିବା ଜଣେ ଭାରତୀୟ ଆମେରିକୀୟ ହୃଦ୍‌ରୋଗ ବିଶେଷଜ୍ଞ ତଥା ସର୍ଜନ ଥିଲେ।

Madhuri Dixit Calls Her Married Life With Dr Shriram Nene 'Tough', Reveals  He Was Not There At Times

ମାଧୁରୀ ତାଙ୍କ ମାତାପିତାଙ୍କୁ ତାଙ୍କ ବିବାହ ସ୍ଥିର କରିବାର ଦାୟିତ୍ୱ ଦେଇଥିଲେ। ଡ. ନେନେଙ୍କୁ ସେ ଠିକ୍‌ ମ୍ୟାଚ୍‌ ପାଇଲେ ଏବଂ ବିବାହ ସ୍ଥିର କଲେ। ୧୭ ଅକ୍ଟୋବର ୧୯୯୯ରେ ଦୁହେଁ ଆମେରିକାରେ ବିବାହ କରିଥିଲେ।

ବିବାହ ବନ୍ଧନରେ ଆବଦ୍ଧ ହେବା ସମୟରେ ଡକ୍ଟର ନେନେ ଜାଣି ନ ଥିଲେ ଯେ, ମାଧୁରୀ ବଲିଉଡ୍‌ର ଜଣେ ଏତେ ବଡ଼ ଅଭିନେତ୍ରୀ। ଡକ୍ଟର ନେନେ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କର ଜଣେ ବନ୍ଧୁ ଉଭୟଙ୍କୁ ପରିଚିତ କରାଇଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୩ ମାସ ପରେ ସେମାନଙ୍କର ବିବାହ ସ୍ଥିର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା: ଜାଣନ୍ତୁ କ’ଣ ରହିଛି ମାମଲା

ଭୁବନେଶ୍ୱର,୧୯ା୧୦(ସତ୍ୟଜିତ୍‌ ରାଉତ):ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ...

ଶୁଟିଂ ସେଟ୍‌ରେ ମୋର ମୃତ୍ୟୁ ହେଉ: ଶାହାରୁଖ ଖାନ୍‌

ମୁମ୍ବାଇ: ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ। ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

‘ବାବା ସିଦ୍ଧକିଙ୍କଠାରୁ ଖରାପ ହେବ ଅବସ୍ଥା’; ପୁଣି ଭାଇଜାନଙ୍କୁ ଧମକ ମିଳିବା ପରେ ଚିନ୍ତାରେ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ। ମୁମ୍ବାଇ ପୋଲିସକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏକ ବାର୍ତ୍ତା ମିଳିଛି। ଯେଉଁଥିରେ ଅଭିନେତାଙ୍କୁ...

ବିଶ୍ୱର ସବୁଠୁ ହ୍ୟାଣ୍ଡ୍‌ସମ୍‌ ଆକ୍ଟର କିଏ ଜାଣନ୍ତି: ଏହି ସ୍ଥାନରେ ଅଛନ୍ତି ଶାହରୁଖ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ ହେଉଛନ୍ତି ଭାରତର ସବୁଠାରୁ ବଡ ତାରକା। ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରତ୍ୟେକ ଥର ସେ ନିଜର...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri