ମହାନାୟକଙ୍କ ସହ କେବେ ବି ଫିଲ୍ମରେ କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ ମାଧୁରୀ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମରେ ବି କାମ କରିନାହିନ୍ତି। ସେ ହେଲେ ମାଧୁରୀ ଦିକ୍ଷୀତ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏଭଳି କଥା ପଛରେ ଥିବା କାରଣ ଜାଣିଲେ ଚମକି ଯିବେ। ଅନିଲ କପୁରଙ୍କ ପାଇଁ ମାଧୁରୀ ଅମିତାଭଙ୍କ ସହ ଚଳଚ୍ଚିତ୍ର କରିନାହାନ୍ତି।

୧୯୮୪ରେ ଫିଲ୍ମ ‘ଅବୋଧ’ରୁ ଅଭିନୟରେ ଡେବ୍ୟୁ କରିଥିଲେ ମାଧୁରୀ। ହେଲେ ଏହା ସେତେଟା ସଫଳ ହୋଇ ନ ଥିଲା। ପରେ ଅନେକ ଫିଲ୍ମରେ କାମ କରିଥିଲେ ହେଁ ସମାନ ଅବସ୍ଥା ହୋଇଥିଲା। ଫଳରେ ସବୁ ଅଭିନେତା ତାଙ୍କ ସହ କାମ କରିବାକୁ ଅରାଜି ହୋଇଥିଲେ। ଏଭଳି ଅସୁବିଧା ସମୟରେ ଅନିଲ ଆଗକୁ ଆସିଥିଲେ। ଉଭୟ ୧୯୮୮ରେ ‘ତେଜାବ’ ଫିଲ୍ମରେ କାମ କରିଥିଲେ। ଏହା ତାଙ୍କ କ୍ୟାରିୟରର ୟୁଟର୍ନ ଥିଲା। ପରେ ଉଭୟ ‘ବେଟା’, ‘ହିଫାଜତ’, ‘ପରିନ୍ଦା’ରେ କାମ କରିଥିଲେ। ଏଗୁଡ଼ିକ ମଧ୍ୟ ସୁପରହିଟ୍‌ ହୋଇଥିଲା। ଫଳରେ ମାଧୁରୀ ସୁପରଷ୍ଟାର ହୋଇଯାଇଥିଲେ।

ସଫଳତା ପାଇବା ପରେ ଅମିତାଭଙ୍କ ସହ ଫିଲ୍ମ କରିବାକୁ ମାଧୁରୀଙ୍କୁ ଅଫର୍‌ ମିଳିଥିଲା। ହେଲେ ସେତେବେଳେ ଅନିଲ କପୁର ତାହା ଚାହିଁ ନ ଥିଲେ। ଏଥିପାଇଁ ଅଭିନେତ୍ରୀ ବିଗ୍‌ବିଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏହାପରେ ସେମାନେ କେବେ ବି ଫିଲ୍ମରେ ଏକାଠି କାମ କରିନାହାନ୍ତି।

Share