ଶୁଟିଂସେଟ୍‌ରେ ଅମୀରଙ୍କୁ ପିଟିବାକୁ ଦୌଡ଼ିଥିଲେ ମାଧୁରୀ

ମୁମ୍ବାଇ: ଅମୀର ଖାନ୍‌ ଏବଂ ମାଧୁରୀ ଦୀକ୍ଷିତ ଦୁଇଜଣ ଯାକ ବଲିଉଡ୍‌ର ସୁପରଷ୍ଟାର। ଏମାନେ ନିଜ କାର୍ଯ୍ୟକୁ ବହୁତ ଗମ୍ଭୀରତାର ସହ ନେଇଥାନ୍ତି। ଉଭୟଙ୍କୁ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ/ଅଭିନେତା ଭାବରେ ବିବେଚନା କରାଯାଏ। ଅମୀର ଏବଂ ମାଧୁରୀ ଏକାଠି ଅଧିକ ଫିଲ୍ମରେ କାମ କରି ନ ଥିଲେ ମଧ୍ୟ ଯେତିକି ଫିଲ୍ମ ମିଶି କରିଛନ୍ତି ସୁପରହିଟ୍‌ ହୋଇଛି। ୧୯୯୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ୍‌’ରେ ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫିଲ୍ମ ଶୁଟିଂସେଟ୍‌ରେ ମାଧୁରୀ ଅମୀରଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ। କେବଳ ଏତିକି ନୁହେଁ, ରାଗି କି ପିଟିବାକୁ ମଧ୍ୟ ଦୌଡ଼ିଥିଲେ। ଏକଥା ଦୁହେଁ ଭିନ୍ନ ଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ଅମୀର ସେଟ୍‌ରେ ସମସ୍ତଙ୍କ ସହ ଥଟ୍ଟାମଜା କରନ୍ତି। ଫିଲ୍ମ ‘ଦିଲ’ର ଶୁଟିଂ ସମୟରେ ସେ ମାଧୁରୀଙ୍କ ସହ ମଜା କରିଥିଲେ। କିନ୍ତୁ ମାଧୁରୀ ଏଥିରେ ଖୁବ୍‌ ରାଗିଯାଇଥିଲେ। ଅମୀର ମାଧୁରୀଙ୍କୁ କହିଥିଲେ, ମୁଁ ହାତ ଦେଖି ସବୁ କିଛି ସତ କହିପାରେ। ତା’ ପରେ ମାଧୁରୀ ତାଙ୍କୁ ହାତ ଦେଖାଇଥିଲେ। ଅମୀର କହିଥିଲେ, ତୁମେ ବହୁତ ଭାବପ୍ରବଣ, ତୁମେ ଲୋକମାନଙ୍କୁ ସହଜରେ ବିଶ୍ୱାସ କର ଏବଂ ଏହି କାରଣରୁ ସେମାନେ ତୁମକୁ ବୋକା ବନାନ୍ତି, ଯେପରି ମୁଁ ବୋକା ବନଉଛି। ଏହି ଥଟ୍ଟା ମାଧୁରୀଙ୍କ ଦେହରେ ଯାଇ ନ ଥିଲା। ସେ ପ୍ରଚଣ୍ଡ ରାଗି ଯାଇ ଅମୀରଙ୍କୁ ପିଟିବାକୁ ଦୌଡ଼ିଥିଲେ।

Share