କିଲିମାଞ୍ଜାରୋ ପର୍ବତ ଆରୋହଣ କଲେ ମଧୁସ୍ମିତା

ବ୍ରହ୍ମପୁର ଅଫିସ, ୧୯।୨: ବ୍ରହ୍ମପୁର ଗୋଷାଣୀନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ଜଣେ ତାଲିମ୍‌ପ୍ରାପ୍ତ ପର୍ବତାରୋହୀ। ସେ ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ ପରେ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଖୁସିରେ ମଧୁସ୍ମିତାଙ୍କ ପରିବାର ସମେତ ସହରର ବହୁ ବୁଦ୍ଧିଜୀବୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ମଧୁସ୍ମିତା ଏକ ଘରୋଇ କମ୍ପାନୀରେ ଆଇଟି ଇଞ୍ଜିନିୟର ଭାବେ କାର୍ଯ୍ୟରତ। ସେ ଜଣେ ତାଲିମ୍‌ପ୍ରାପ୍ତ ପର୍ବତାରୋହୀ। ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଚଳ ପର୍ବତ ଆରୋହଣ ସଂସ୍ଥା (ଏଚ୍‌ଏମ୍‌ଆଇ) ଶିକ୍ଷାନୁଷ୍ଠାନରୁ ତାଲିମ୍‌ ଗ୍ରହଣ କରିଛନ୍ତି। ଏଠାରୁ ଶିକ୍ଷାଲାଭ ପରେ ସେ ବର୍ତ୍ତମାନ ସୁଦ୍ଧା ମାଉଣ୍ଟରେନକ, ଚାଦର ଓ କେଦାରକଳ୍ପ ଭଳି ଗିରିଶୃଙ୍ଗର ଶିଖର ସଫଳତାର ସହ ଛୁଇଁ ରେକର୍ଡ ହାସଲ କରିଛନ୍ତି। ମଧୁସ୍ମିତା ଗତ ୧୦ ତାରିଖରେ କିଲିମାଞ୍ଜାରୋ ପର୍ବତାରୋହଣ ନିମନ୍ତେ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚତ୍ ମରାଙ୍ଗୁ ଫାଟକ ଦେଇ ନିଜ ଟିମ୍‌ ସହ ସେ ପର୍ବତାରୋହଣ ଆରମ୍ଭ କରିଥିଲେ। ଦୈନିକ ପ୍ରାୟ ୫ରୁ ୭ ଘଣ୍ଟା ପରିଶ୍ରମ କରି ନିଜ ଟିମ୍‌ ସହ ୧୩ ତାରିଖ ସୁଦ୍ଧା କିଲିମାଞ୍ଜାରୋ ଶିଖରରେ ପହଞ୍ଚିଥିଲେ। ଶନିବାର ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ ପରେ ମଧୁସ୍ମିତା କହିଛନ୍ତି, ଆଗାମୀ ଦିନରେ ଏସିଆ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚତ୍ବା ମୋ ଲକ୍ଷ୍ୟ।