Categories: ଜାତୀୟ

ମଧ୍ୟପ୍ରଦେଶ: ପିକ୍‌ଅପ୍‌ ଭ୍ୟାନ ଓଲିଟି ୧୦ ଶ୍ରମିକ ମୃତ

ଶିବପୁରୀ,୧୪।୧୧-ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶିବପୁରୀ ଜିଲାର ତେହେରୀ ମୁଖ୍ୟାଳୟ ପୋହରୀ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟି ପଡ଼ିବାରୁ ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବାବେଳେ ୬ ଜଣ ପୁରୁଷ ଅଛନ୍ତି। ସେହିପରି ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପୋହରୀର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ୪୦ ଜଣ ଶ୍ରମିକଙ୍କୁ ନେଇ ପିକ୍‌ଅପ ଭ୍ୟାନଟି ବିଜୟପୁର ଅଭିମୁଖେ ଯାଉଥିବାବେଳେ ପୋହରୀ ନିକଟରେ ପିକ୍‌ଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share