Categories: ଜାତୀୟ

ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନ ଫଳାଫଳ: ଭାଜପା ଆଗୁଆ

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନର ୨୮ଟି ଆସନ ପାଇଁ ଭୋଟ ଗଣନା ଚାଲିଛି। ପ୍ରାରମ୍ଭିକ ଧାରାରେ ଭାଜପା ଆଗରେ ରହିଛି।ଭାଜପା ୧୮, କଂଗ୍ରେସ ୮ ଏବଂ ବିଏସପି ୨ଟି ଆସନରେ ଆଗରେ ଅଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀ ସିଲାଭଟ, ଗୋବିନ୍ଦ ସିଂ ରାଜପୁତ, ପ୍ରଭୁରାମ ଚୌଧୁରୀ, ପ୍ରଦ୍ୟୁମ ସିଂ ତୋମାର, ଇମର୍ତ୍ତୀ ଦେବୀ, ମୁନ୍ନାଲାଲ ଗୋୟଲ, ରାଜବର୍ଦ୍ଧନ ସିଂ ପ୍ରମୁଖ ପ୍ରାର୍ଥୀ ଆଗରେ ଅଛନ୍ତି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ଟି ଆସନ ରହିଛି। ବର୍ତ୍ତମାନ ଭାଜପାର ୧୦୭ ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ ୮୭ ଜଣ ବିଧାୟକ ଅଛନ୍ତି।

Share