Categories: ଜାତୀୟ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାଜପା, ୪୦ ନାମ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୭।୮: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ। ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ୪୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଯାଇଛି।

ସୂଚନାନୁସାରେ, ଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବି ଏବଂ ସି ବର୍ଗର ଆସନ ଉପରେ ବିସ୍ତୃତ ଆଲୋଚନା ହୋଇଛି, ଏବଂ ୪୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀଙ୍କ ପ୍ୟାନେଲ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଏହିସବୁ ସେହି ଆସନ ଯାହା ଭାଜପା ଗତ ନିର୍ବାଚନରେ ଜିତି ପାରିନଥିଲା। ସୂତ୍ର ଅନୁଯାୟୀ, ଆଦିବାସୀ ବହୁଳ ଝାବୁଆ ଏବଂ ଧାର ଜିଲାର ତିନିଟି ଆସନରେ ପ୍ରାର୍ଥୀଙ୍କ ନାମ ପ୍ରାୟ ସ୍ଥିର ହୋଇଛି। ଏହା ବ୍ୟତୀତ ବି କିମ୍ବା ସି ବର୍ଗରେ ଆସୁଥିବା ପ୍ରାୟ ୪୦ଟି ସିଟ ଉପରେ ଭାଜପା ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଇଛି।

Share