Categories: ଜାତୀୟ

୩୪ ସଦସ୍ୟ ବିଶିଷ୍ଟ ନିର୍ବାଚନ ପ୍ରଚାର କମିଟି ଗଠନ କଲା କଂଗ୍ରେସ

ଭୋପାଳ,୧।୮: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୪ ସଦସ୍ୟ ବିଶିଷ୍ଟ ନିର୍ବାଚନ ପ୍ରଚାର କମିଟି ଗଠନ କରିଛି। ଏଥିରେ କନ୍ତିିଲାଲ ଭୁରିଆ, ରାଜ୍ୟ କଂଗ୍ରେସ ସଭାପତି କମଳନାଥ, ବିରୋଧୀ ଦଳର ନେତା ଗୋବିନ୍ଦ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅଗଷ୍ଟ ୧୫ପୂର୍ବରୁ କଂଗ୍ରେସ ଅନ୍ୟାନ୍ୟ କମିଟି ଗଠନ କରିପାରେ।

ଆଞ୍ଚଳିକ ସନ୍ତୁଳନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହାର ବରିଷ୍ଠ ନେତାମାନଙ୍କୁ ଏହି କମିଟିରେ ସ୍ଥାନ ଦେବାକୁ ଚେଷ୍ଟା କରୁଛି। ସହଯୋଗୀ ସଂଗଠନର ରାଜ୍ୟ ସଭାପତିମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ।

Share