Categories: ଜାତୀୟ

ନିର୍ବାଚନ ବିଗୁଲ ବାଜିବା ପରେ ଆଲର୍ଟ ମୋଡରେ ପ୍ରଶାସନ, ରାସ୍ତାରେ ଲାଗିଥିବା ନେତାଙ୍କ ବ୍ୟାନର, ପୋଷ୍ଟର ହଟାଗଲା

ଭୋପାଳ,୯।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ଲାଗୁ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ନଭେମ୍ବର ୧୭ରେ ରାଜ୍ୟରେ ମତଦାନ ଥିବାବେଳେ ଡିସେମ୍ବର ୩ରେ ଭୋଟ ଗଣନା କରାଯିବ। ତେବେ ରଜ୍ୟେରେ ନିର୍ବାଚନ ବିଗୁଲ ବାଜିବା ମାତ୍ରେ ସାରା ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥା ସତର୍କ ମୋଡକୁ ଆସିଛି। ରାଜଧାନୀ ଭୋପାଳ ସମେତ ଜିଲାର ସଡ଼କରେ ଲଗାଯାଇଥିବା ନେତାଙ୍କ ବ୍ୟାନର ଏବଂ ପୋଷ୍ଟର ହଟାଯାଉଛି।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ନଭେମ୍ବର ୧୭ରେ ରାଜ୍ୟର ସମସ୍ତ ୨୩୦ ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ। ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୧ରୁ ଆରମ୍ଭ ହେବ ଯାହା ଅକ୍ଟୋବର ୨୮ ପର୍ଯ୍ୟନ୍ତ ଜାରି ରହିବ। ଅକ୍ଟୋବର ୩୧ରେ ନାମାଙ୍କନପତ୍ରର ଯାଞ୍ଚ, ନଭେମ୍ବର ୨ରେ କୁ ନାମାଙ୍କନ ପ୍ରତ୍ୟାହାର ରହିଛି।

Share