Categories: ଜାତୀୟ

ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ନିଜଆଡୁ ନିର୍ବାଚନ କରାଇଲେ ଭାଜପା ବିଧାୟକ

ଭୋପାଳ,୨୫।୮: ୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ତାରିଖ ମଧ୍ୟ ଘୋଷଣା କରି ନାହାନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ଅଗଷ୍ଟ ୨୧ରୁ ଅଗଷ୍ଟ ୨୪ଯାଏଁ ନିର୍ବାଚନ ନେଇ ମତଦାନ ସଂଗ୍ରହ ହୋଇଛି। ଏଠାରେ ଜଣେ ଭାଜପା ନେତାଙ୍କ କହିବାନୁସାରେ ଏଠାରେ ମତଦାନ ସଂଗ୍ରହ ହୋଇଛି।

ସୂଚନାଯୋଗ୍ୟ, ପବ୍ଲିଶିଟି ଓ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେଥିପାଇଁ ସେ ଭୋଟିଂ ବ୍ୟବସ୍ଥା କରିଥିଲେ। ଯଦି ଜନସାଧାରଣ ତାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଆଉ ଯଦି ଜନତା ତାଙ୍କୁ ଏହି ମତଦାନରେ ଜିତାଇଲେ ତେବେ ସେ ବିଧାନସଭା ନିର୍ବାଚନରେ ଲଢିବେ। ଏଠାରେ କହି ରଖୁଛୁ କି ମତଦାନ ପରେ ଭୋଟ ଗଣନା ହୋଇଥିଲା। ଏବଂ ମତଦାନ ତାଙ୍କ ସପକ୍ଷରେ ଆସିଥିଲା। ଏହାର ଅର୍ଥ ବିଧାୟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦଳ ଟିକେଟ ଦେବ କି ନା ଭିନ୍ନ କଥା। କିନ୍ତୁ ସେ ସେଠକାର ଲୋକଙ୍କ ସଂଖ୍ୟା ଗରିଷ୍ଠତା ପାଇଛନ୍ତି।

ନଭେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଭାଜପାର ଜଣେ ପୂର୍ବତନ ମନ୍ତ୍ରୀ ନିର୍ବାଚନ ପୂର୍ବରୁ ତାଙ୍କ ଅଞ୍ଚଳରେ ଏକ ଉପନିର୍ବାଚନ କରିଥିଲେ। ମଧ୍ୟପ୍ରଦେଶର କାଟନି ଜଲାର ବିଜୟରାଗରୁ ଭାଜପା ବିଧାୟକ ସଞ୍ଜୟ ପଠକ ନିଜ ନିର୍ବାଚନମଣ୍ଡଳୀର ୫୦ଶତକଡା ଲୋକ ତାଙ୍କୁ ଭୋଟ ଦେଲେ ସେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ।

Share