ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ନିର୍ବାଚନରେ ଭାରତୀୟ ଜନତା ଦଳର ଆଉ କିଛି ଏମ୍ପିଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଯାଇପାରେ ବୋଲି କୁହାଯାଉଛି। ଭାଜପା ତୃତୀୟ ତାଲିକାରେ ଏହି ନାମ ଘୋଷଣା କରିପାରେ। ଅକ୍ଟୋବର ୧ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୋପାଳ ଗସ୍ତରେ ଆସିବେ।
ଖବର ଅଛି ଯେ, ଏହି ସମୟରେ ସେ ତୃତୀୟ ତାଲିକା ପାଇଁ ପ୍ରାର୍ଥୀଙ୍କ ନାମ ବିଷୟରେ ଆଲୋଚନା କରିପାରନ୍ତି। ଏଥର ଯେଉଁ ଏମ୍ପିଙ୍କ ନାମ ଉପରେ ଚର୍ଚ୍ଚା ହେଉଛି, ସେଥିରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ମଧ୍ୟ ଅଛି। ଦଳ ଶିବପୁରୀରୁ ସିନ୍ଧିଆଙ୍କୁ ଟିକେଟ ଦେଇପାରେ। ସିନ୍ଧିଆଙ୍କ ବ୍ୟତୀତ ସୁଧୀର ଗୁପ୍ତା, ବିରେନ୍ଦ୍ର କୁମାର ଏବଂ ରୋଡମଲ ନାଗରଙ୍କ ନାମ ମଧ୍ୟ ଆଲୋଚନା କରାଯାଉଛି।