କ୍ଷୀର ଦେଲା ନାହିଁ ମଇଁଷି, ଥାନାକୁ ଗଲେ ମାଲିକ:ଆଉ ତା’ପରେ…

ଭୋପାଳ,୧୫।୧୧: ମଧ୍ୟ ପ୍ରଦେଶର ଭିଣ୍ଡ୍‌ ଜିଲାରେ ଏକ ରୋଚକ ଘଟଣା ଘଟିଛି। ମଇଁଷି କ୍ଷୀର ନ ଦେବାରୁ ମାଲିକ ଥାନାରେ ପହଞ୍ଚିଛନ୍ତି। ଯାଦୁକର ପ୍ରଭାବରେ ମଇଁଷି କ୍ଷୀର ଦେଉ ନ ଥିବା ଅଭିଯୋଗ କରି ନ୍ୟାୟ ଦେବାକୁ ମାଲି ପୋଲିସ ନିକଟରେ ଗୁହାରି କରିଛନ୍ତି। ବୋଲି ରବିବାର ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନୟାଗାଣ ଏହି ମଇଁଷି ମାଲିକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବାବୁଲାଲ ଜାଟଭ (୪୫) ନାମକ ଜଣେ ବ୍ୟକ୍ତି ଶନିବାର ନୟାଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ ଯେ, ଗତ କିଛି ଦିନ ହେବ ତାଙ୍କ ମଇଁଷି କ୍ଷୀର ଦେବା ବନ୍ଦ କରିଦେଇଛି। ଯାଦୁକର ପ୍ରଭାବରେ ସେ କ୍ଷୀର ଦେଉନାହିଁ। ଅଭିଯୋଗର ପ୍ରାୟ ଚାରି ଘଣ୍ଟା ପରେ ବାବୁଲାଲ ପୁଣିଥରେ ତାଙ୍କ ମଇଁଷି ସହିତ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ ଏବଂ ପରେ ପୋଲିସଠାରୁ ସାହାଯ୍ୟ ମାଗିଥିଲେ। ପୋଲିସ କିଛି ପ୍ରାଣୀ ଚିକିତ୍ସା ପରାମର୍ଶରେ ବାବୁଲାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ। ଚିକିତ୍ସା ପରେ ବାବୁଲାଲଙ୍କ ମଇଁଷି କ୍ଷୀର ଦେବା ଆରମ୍ଭ କରିଥିଲା। ବାବୁଲାଲ ପୋଲିସ ଷ୍ଟେଶନକୁ ଆସି ପୋଲିସକୁ ଧନ୍ୟବାଦ ଜଣାଇଥିଲେ।

Share