Categories: ଜାତୀୟ

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବିଦା ହେଲେ କମଲନାଥ

ନୂଆଦିଲ୍ଲୀ,୩୦।୧୦-ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ଶୁକ୍ରବାର ଭାରତୀୟ ନିର୍ବାଚନ କମିଶନ ବିଦା କରିଛନ୍ତି। କମିଶନ କହିଛନ୍ତି, କମଲନାଥ ଜଣେ ମହିଳା ପ୍ରାର୍ଥୀଙ୍କ ବିରୋଧରେ ଆଇଟମ ଶବ୍ଦ ପ୍ରୟୋଗ କରିଛନ୍ତି। ମହିଳାଙ୍କ ବିରୋଧରେ ଏଭଳି ଶବ୍ଦ ପ୍ରୟୋଗ କରିବା ନିର୍ବାଚନ କମିଶନ ଜାରି କରିଥିବା ନିୟମାବଳୀର ଉଲ୍ଲଙ୍ଘନ। ତେଣୁ ତାଙ୍କୁ ମଧ୍ୟପ୍ରଦେଶ ଉପ-ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଷ୍ଟାର ପ୍ରଚାର ତାଲିକାରୁ ବାଦ ଦିଆଯାଉଛି। ସେହିପରି ଏକ ରାଜନୈତିକ ଦଳର ନେତା ହୋଇ ମଧ୍ୟ କମଲ ବାରମ୍ବାର ଆଦର୍ଶ ଆଚରଣ ବିଧି ଏବଂ ନୈତିକ ତଥା ଶିଷ୍ଟ ଆଚରଣ ଉଲ୍ଲଂଘନ କରିଥିବା କମିଶନ ପ୍ରକାଶ କରିଛନ୍ତି।

Share