Categories: ଜାତୀୟ

ମନ୍ଥନ ହେଲେ ବାହାରେ ଅମୃତ, ଶିବ ପାନ କରନ୍ତି ବିଷ: ଶିବରାଜ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ଗୁରୁବାର କରାଯିବ ବୋଲି ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ବୁଧବାର ରାଜ୍ୟପାଳ ଶପଥ ଗ୍ରହଣ କରିବେ ଓ ଗୁରୁବାର କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। କିଛିଦିନ ହେବ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଆଲୋଚନା ଚାଲିଥିବା ବେଳେ ଏବେ ଏହାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ମନ୍ଥନ ହେଲେ ତ ଅମୃତ ବାହାରିଥାଏ। ଆଉ ବିଷ କେବଳ ଶିବ ପାନ କରିଥାଆନ୍ତି। ତେଣୁ ପ୍ରଥମେ ରାଜ୍ୟପାଳ (ଆନନ୍ଦିବେନ ପଟେଲ) ଶପଥ ଗ୍ରହଣ କରିବେ ତା’ପରେ କ୍ୟାବିନେଟ ଶପଥ ନେବ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଜୁନ ୨୮ରୁ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି କି ବୁଧବାର ଅପରାହ୍ନ ସାଢେ ୪ଟାରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାରପତି ଅଜୟ କୁମାର ମିତ୍ତଲ ରାଜ୍ୟପାଳଙ୍କୁ ଶପଥ ଗ୍ରହଣ କରାଇବେ।

Share