Categories: ଖେଳ

ଝାଡ଼ଖଣ୍ଡକୁ ହରାଇ ମଧ୍ୟପ୍ରଦେଶ ଚାମ୍ପିୟନ

ରାଉରକେଲା,୮ା୭,(ଦିନେଶ ମିଶ୍ର): ସ୍ଥାନୀୟ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ତ୍ରୟୋଦଶ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌୍‌ ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ହକି ମଧ୍ୟପ୍ରଦେଶ ଦଳ ୧-୦ ଗୋଲ୍‌ରେ ହକି ଝାଡ଼ଖଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏହି ମ୍ୟାଚରେ ହକି ମଧ୍ୟପ୍ରଦେଶ ଆରମ୍ଭରୁ ଚାପ ପକାଇ ଖେଳିଥିଲା। ଦଳ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ଗୁର୍‌ମେଲ କୌର ଖେଳର ୨୨ତମ ମିନିଟ୍‌ରେ ବିଜୟସୂଚକ ଗୋଲ୍‌ଟିକୁ ସ୍କୋର କରିଥିଲେ। ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ହକି ହରିୟାଣା ଦଳ ୧୨-୨ ଗୋଲରେ ଛତିଶଗଡକୁ ପରାସ୍ତ କରି ବ୍ରୋଞ୍ଜ ଜିତିଥିଲା। ହରିୟାଣା ଦଳ ଖେଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳଥିଲା। ଦଳ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ସୁଖପ୍ରୀତ୍‌ କୌର ଖେଳର ୧୨ତମ,୯ମ, ୩ୟ, ୫୧ତମ ମିନିଟ୍‌ରେ ସର୍ବାଧିକ ୪ଟି ଗୋଲ ଦେଇଥିଲେ। ସେହିଭଳି କାନିକା ସିୱାଚ୍‌ ୮ମ, ୨୨ତମ ଓ ୩୪ ତମ ମିନିଟ୍‌ରେ ଛତିଶଗଡ଼ ବିପକ୍ଷରେ ହ୍ୟାଟ୍ରିକ ଗୋଲ୍‌ ସ୍କୋର କରିଥିଲେ। ପରେ ଶାବି ଖେଳର ୨୩ ତମ, ୧୬ତମ ମିନିଟରେ ୨ଟି ଗୋଲ ଦେଇଥିବାବେଳେ ମନୀଷା ଖେଳର ୧୫ ମିନିଟ, ସିଜଲ ୪୧ ମିନିଟ ପରେ ବେଥରୀ ୬ଷ୍ଠ ମିନିଟରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଛତିଶଗଡ ଦଳ ପକ୍ଷରୁ ଗୀତା ଯାଦବ ଖେଳର ୧୦ମ ଓ ୪୬ତମ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ୧୦ ଧରି ଚାଲିଥିବା ଏହି ଚାମ୍ପିୟନଶିପ୍‌ରେ ଦେଶର ୨୮ଟି ରାଜ୍ୟର ହକି ଦଳ ଅଂଶଗ୍ରହଣ କରିଥିଲେ।

Share