ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରାଖଣ୍ଡ, ଓଡ଼ିଶା, ମଣିପୁର ବିଜୟୀ

ରାଉରକେଲା,୧୭ା୬(ଦିନେଶ ମିଶ୍ର) ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌ର ପଞ୍ଚମ ଦିନରେ ୬ଟି ମ୍ୟାଚ ଖେଳାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ଓ କେରଳ ମଧ୍ୟରେ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶ ଦଳ ୧୪-୦ ଗୋଲରେ କେରଳକୁ ପରାସ୍ତ କରିଥିଲା। ମଧ୍ୟପ୍ରଦେଶ ଦଳ ଖେଳ ଆରମ୍ଭରୁ ଆକ୍ରମଣ ଖେଳ ପ୍ରଦର୍ଶନ କରି ଫରଓ୍ବାର୍ଡ ଖେଳାଳି ମହମ୍ମଦ କନିନ୍‌ ସର୍ବାଧିକ ୪ଟି ଗୋଲ କରିଥିଲେ। ପରେ ମହମ୍ମଦ ଜାହିଦ ଖାନ ୩ଟି ହ୍ୟାଟ୍ରିକ ଗୋଲ ମାରିଥିଲେ। ଦଳ ପକ୍ଷରୁ ଅଲ୍ଲୀ ଅହମ୍ମଦ ଓ ଶ୍ରୀୟାସ ଧୁପେ ଦୁଇଟି ଲେଖାଏଁ ଗୋଲ କରିଥିବାବେଳେ ଏମଡି କରୀମ ମନସୁରୀ, କସିଫ ଖାନ, ଅଧିନାୟକ ଅଙ୍କିତ ପାଲ ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ବିଜୟୀ କରିଥିଲେ। ଦ୍ୱିତୀୟ ମ୍ୟାଚ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଛତିଶଗଡ ଦଳ ଆନ୍ଧ୍ରପ୍ରଦେଶକୁ ୧୩-୩ ଗୋଲରେ ପରାସ୍ତ କରିଥିଲା। ଛତିଶଗଡ ଦଳ ପକ୍ଷରୁ କରନ ଲାକ୍ରା ସର୍ବାଧିକ ୪ଟି ଗୋଲ ମାରିଥିଲେ। ସଞ୍ଜୀପ କୁମାର ଓ ବିଷ୍ଣୁ ୟାଦବ ଉଭୟ ହ୍ୟାଟ୍ରିକ ୩ଟି ଗୋଲ ମାରି ଦଳକୁ ୧୦-୦ ଗୋଲରେ ଆଗୁଆ ରଖିଥିଲେ। ପରେ ସୋନୁ ନିସାଦ, ଅର୍ଜୁନ ୟାଦବ ଓ ଅଧିନାୟକ ତରୁଣ ୟାଦବ ଗୋଟିଏ ଲେଖାଏଁ ଗୋଲ ମାରି ଦଳକୁ ବିଜୟୀ କରିଥିଲେ। ଆନ୍ଧ୍ରପ୍ରଦେଶ ପକ୍ଷରୁ କରଭୁ ପ୍ରଧାସାଇ, ଗିଦୁତୁରି ସାଇ ଓ ଅଖିଲ ଭିନକେତ ଗୋଟିଏ ଲେଖାଏଁ ଗୋଲ କରିଥିଲେ। ତୃତୀୟ ମ୍ୟାଚ ଉତ୍ତାଖଣ୍ଡ ଓ ହିମାଚଳ ପ୍ରଦେଶ ମଧ୍ୟରେ ଖେଳାଯାଇଥିଲା। ଉତ୍ତରାଖଣ୍ଡ ଦଳ ୧୦-୨ ଗୋଲରେ ହିମାଚଳପ୍ରଦେଶକୁ ପରାସ୍ତ କରିଥିଲା। ଉତ୍ତରାଖଣ୍ଡ ଦଳ ପକ୍ଷରୁ ଦୀପକ ସିଂ ସର୍ବାଧିକ ୪ଟି ଗୋଲ କରିଥିଲେ। ପରେ ଅନୁରାଗ କୁମାର ଓ ମହିନ୍ଦ୍ର ସିଂ ଦୁଇଟି ଲେଖାଏଁ ଗୋଲ କରିଥିଲେ। ଅମିତ ସୋରେଲ ଓ ଅଧିନାୟକ ଫିଆଜ ହୁସେନ ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ବିଜୟୀ କରିଥିଲେ। ହିମାଚଳପ୍ରଦେଶ ପକ୍ଷରୁ ଆକାଶଦୀପ ସିଂ ଓ ଅନମୋଲ ରାଣା ଗୋଟିଏ ଲେଖାଏଁ ଗୋଲ କରିଥିଲେ। ଚତୁର୍ଥ ମ୍ୟାଚ ଓଡିଶା ଓ ଜମୁକଶ୍ମୀର ମଧ୍ୟରେ ଖେଳା ଯାଇଥିବାବେଳେ ଓଡିଶା ୧୦-୦ ଗୋଲରେ ଜମୁକଶ୍ମୀରକୁ ପରାସ୍ତ କରିଥିଲା। ଓଡିଶା ଦଳ ପକ୍ଷରୁ ଆକାଶ ସୋରେଙ୍ଗ ୩ଟି ଗୋଲ ମାରିଥିଲେ। ସେହିଭଳି ରିତିକ୍‌ କୁଜୁର ଓ ଅରବିନ୍‌ ଟୋପୋ ୨ଟି ଲେଖାଏଁ ଗୋଲ କରିଥିଲେ। ପରେ ପାଉଲ୍ସ ଲାକ୍ରା, ସିଲିଭା ଲିସମ୍‌, ଦୀପକ ମିଞ୍ଜ ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ବିଜୟୀ କରିଥିଲେ। ପଞ୍ଚମ ମ୍ୟାଚ୍‌ ମଣିପୁର ଓ ଗୁଜୁରାଟ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମଣିପୁର ୧୭-୦ ଗୋଲରେ ଗୁଜୁରାଟକୁ ପରାସ୍ତ କରିଥିଲା। ମଣିପୁର ଦଳର ଖେଳାଳି ଡିଙ୍ଗ୍‌କୁ ଶର୍ମା ସର୍ବାଧିକ ୫ଟି ଗୋଲ ମାରିଥିଲେ। ପରେ ଅଧିନାୟକ ଇନଗ୍ଲେମ୍ପା ଲୁଆଙ୍ଗୋ ହ୍ୟାଟ୍ରିକ ୩ଟି ଗୋଲ ମାରିଥିଲେ। ପ୍ରିୟବ୍ରତ ଓ ସୋମିକାନ୍ତ ସିଙ୍ଗ ଦୁଇଟି ଗୋଲ ମାରିଥିଲେ। ଶେଷ ମ୍ୟାଚ କର୍ନାଟକ ଓ ଦାଦ୍ରାନଗର ହାବେଳି ମଧ୍ୟରେ ଖେଳ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri