ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ ଏକ ହୋଟେଲରେ ତାଙ୍କୁ ବ୍ରିଟେନର ବିକ୍ରମ ଦୋରାଇସ୍ବାମୀ ଏବଂ ପ୍ରବାସୀ ଭାରତୀୟ ତାଙ୍କର ଜୋରଦାର ସ୍ବାଗତ କରିଥିଲେ। ଏ ଅବସରରେ ଯାଦବ କହିଛନ୍ତି ଯେ ଆମର ଧ୍ୟାନ କେବଳ ନିବେଶ ଉପରେ ନୁହେଁ ବରଂ ଆମେ ଏକ ଦୃଢ଼ ସହଭାଗୀତା ଆଶା କରୁଥିବା କହିଛନ୍ତି। ସୂଚନାଥାଉକି, ଯାଦବ ତାଙ୍କର ୬ଦିନିଆ ଗସ୍ତ ସମୟରେ ଯାଦବ ଉଭୟ ଦେଶର ଶିଳ୍ପପତି, ବ୍ୟବସାୟ ନେତା ଏବଂ ସରକାରୀ ପ୍ରତିନିଧୀଙ୍କ ସହ ଆଲୋଚନା କରିବେ। ଏହି ଅବଧିରେ ରାଜ୍ୟରେ ପୁଞ୍ଜି ବିନିଯୋଗର ସୁଯୋଗ ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯିବ। ଯାଦବଙ୍କ ଏହି ରହଣି ସମୟରେ ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଯାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ଏହି ଗସ୍ତକାଳରେ ମଧ୍ୟପ୍ରଦେଶର ବିକାଶ ଏବଂ ନବସୃଜନ ସମ୍ପର୍କରେ ଶିଳ୍ପପତି ତଥା ପ୍ରବାସୀମାନଙ୍କୁ ଅବଗତ କରାଯିବ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଯାଦବ ବ୍ରିଟିଶ ସଂସଦ ଗସ୍ତ କରିବେ। ସଂସଦ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ବ୍ରିଟେନ-ଜର୍ମାନୀରେ ଶିଳ୍ପପତି, ବ୍ୟବସାୟୀ ଏବଂ ସରକାରୀ ପ୍ରତିନିଧୀଙ୍କ ସହ ଗୋଟିଏ ପରେ ଗୋଟିଏ ଆଲୋଚନା କରି ମଧ୍ୟପ୍ରଦେଶରେ ପୁଞ୍ଜି ବିନିଯୋଗର ସୁଯୋଗ ବୃଦ୍ଧି ଉପରେ ଧ୍ୟାନ ଦେବେ। ରାଜ୍ୟରେ ପୁଞ୍ଜି ବିନିଯୋଗ ଏବଂ ଶିଳ୍ପ ସହଯୋଗ ବୃଦ୍ଧି ପାଇଁ ସେ ଶିଳ୍ପ ସଂଗଠନ ଏବଂ ଶିଳ୍ପପତିଙ୍କ ପ୍ରତିନିଧୀଙ୍କୁ ଭେଟିବେ। ଲଣ୍ଡନରେ ଏନଆରଆଇ ଗ୍ରୁପ ‘ଫ୍ରେଣ୍ଡସ ଅଫ ମଧ୍ୟପ୍ରଦେଶ’ର ରାତ୍ରୀ ଭୋଜନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯାଦବ ଯୋଗଦେବେ। ଏଥିରେ ୪୦୦ ରୁ ଅଧିକ ପ୍ରବାସୀ ଭାରତୀୟ ସାମିଲ ହେବେ। ସେହପିରି ଯାଦବ ଶିଳ୍ପପତି ତଥା ବ୍ରିଟେନର ବିକ୍ରମ କେ ଦୋରାଇସ୍ବାମୀଙ୍କୁ ନଭେମ୍ବର ୨୬ ରେ ଭେଟିବେ। ଏହା ପରେ ମଧ୍ୟପ୍ରଦେଶରେ ବିନିଯୋଗ ସୁଯୋଗ ଉପରେ ଆଲୋଚନା ପାଇଁ ଏକ ଅଧିବେଶନ ଆୟୋଜନ କରାଯିବ। ଏଥିରେ ୧୨୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ, ରାଉଣ୍ଡ ଟେବୁଲ ବୈଠକ ପରେ ବୈଦ୍ୟୁତିକ ଯାନ, ଅଟୋମୋବାଇଲ, ଅକ୍ଷୟ ଶକ୍ତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ର ଉପରେ ଆଲୋଚନା କରାଯିବ।