Categories: ଜାତୀୟ

କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ଶିବରାଜଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବନ ହେଲେ ୮ ଇଞ୍ଜିନିୟର

ଭୋପାଳ,୨୬।୮: ମଧ୍ୟପ୍ରଦେଶ ଧର ଜିଲାରେ ନିର୍ମାଣାଧୀନ କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିଭାଗୀୟ ୮ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି। ଡ୍ୟାମ୍‌ ଉପରେ ୧୮ ଗାଁ ଲୋକେ ନିର୍ଭର କରୁଥିବା ବେଳେ ବନ୍ୟାରେ ଡ୍ୟାମଟି ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ୨୦୧୮ରୁ ଜାରି ରହିଛି। ଗତ ୧୧ ତାରିଖରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତି ସମୟରେ ଏହି ଡ୍ୟାମ୍‌ ଭାଙ୍ଗି ବନ୍ୟାରେ ବୋହି ଯାଇଥିଲା।

Share