Categories: ଜାତୀୟ

ମଧ୍ୟପ୍ରଦେଶ ନିର୍ବାଚନରେ ଲଢ଼େଇ ଭାଜପା-କଂଗ୍ରେସର ନୁହେଁ ଏହା ଧର୍ମ ଅଧର୍ମ ମଧ୍ୟରେ ଲଢ଼େଇ: ରାମଭଦ୍ରାଚାର୍ଯ୍ୟ…

ଭୋପାଳ,୧୩।୯ : ହିନ୍ଦୁ ଧର୍ମକୁ ନେଇ ବିବାଦ ମଧ୍ୟରେ କଥାବାଚକାର ରାମଭଦ୍ରାଚାର୍ଯ୍ୟ ଏକ ବଡ଼ କଥା କହିଛନ୍ତି। ସେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସନାତନ ଧର୍ମ ଏବଂ ଅଧର୍ମ ମଧ୍ୟରେ ଲଢ଼େଇ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ସଓ୍ବେନିରେ ରାମ କଥା ସମୟରେ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ମୂଖ୍ୟମନ୍ତ୍ରୀ ଶିବରାଜ ସିଂ ଏବଂ କମଲ ନାଥ ଏହି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି, ଭାଜପା ଓ କଂଗ୍ରେସ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ଏଠାରେ ହିନ୍ଦୁ ଧର୍ମ ଏବଂ ଅର୍ଧମ ମଧ୍ୟରେ ଲଢ଼େଇ ହେବ।

ମଧ୍ୟପ୍ରଦେଶର ସଓ୍ବେନି, ପଲିଟେକ୍ନିକ ଗ୍ରାଉଣ୍ଡରେ ଶ୍ରୀ ରାମ କଥାର ଆୟୋଜନ କରାଯାଇଛି। ତୁଲସୀ ପୀଠଶ୍ୱର ସ୍ବାମୀ ରାମଭଦ୍ରାଚାର୍ଯ୍ୟ ଜୀ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଏକ ନିର୍ଣ୍ଣାୟକ ନିର୍ବାଚନ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଆଗାମୀ ନିର୍ବାଚନରେ ଗୋଟିଏ ଦଳ ସନାତନ ଧର୍ମର ଅନୁଗାମୀ ଏବଂ ଅନ୍ୟ ଦଳ ସନାତନ ବିରୋଧୀ। ସନାତନ ଧର୍ମ ଉପରେ ଆଧାରିତ ନିର୍ବାଚନରେ ଜିତିବା ପାଇଁ ରାମ ଭଦ୍ରାଚାର୍ଯ୍ୟ ଲୋକମାନଙ୍କୁ ନିବେଦନ କରିଥିଲେ।

ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ’ମୁଁ ଏହା ପୁଣି କହୁଛି, ମୁଁ କୌଣସି ଓକିଲାତି କରୁନାହିଁ। ମୁଁ ଠିକ କହୁଛି, ଏଥର ଆମକୁ ଦେଖିବାକୁ ପଡିବ, ଦୁଇ ପକ୍ଷ ମଧ୍ୟରେ ଝଗଡା ହେଉଛି, ଗୋଟିଏ ପଟେ ସନାତନ ଧର୍ମର ଅନୁଗାମୀ। ଅନ୍ୟପକ୍ଷରେ, ହିନ୍ଦୁ ଧର୍ମ ବିରୁଦ୍ଧରେ ଲୋକମାନେ। ମଧ୍ୟପ୍ରଦେଶର ଲୋକମାନେ, ମୁଁ ଏହା ପୁଣି କହୁଛି, ମୁଁ ଏହାକୁ ଖୋଲାଖୋଲି ଭାବେ କହୁଛି, ଏଥର ଆମ ନିର୍ବାଚନରେ କେବଳ ସନାତନ ଧର୍ମ ଅନୁସରଣକାରୀଙ୍କୁ ଜିତିବାକୁ ପଡିବ।

 

Share