Categories: ଜାତୀୟ

ଗଠନ ହେବ ‘କାଓ କ୍ୟାବିନେଟ୍‌’

ନୂଆଦିଲ୍ଲୀ,୧୮।୧୧: : ମଧ୍ୟପ୍ରଦେଶରେ ଗୋଧନ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ‘କାଓ କ୍ୟାବିନେଟ’(ଗାଈ କ୍ୟାବିନେଟ୍‌) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗାଈ କ୍ୟାବିନେଟ୍‌ରେ ପଶୁପାଳନ, ଜଙ୍ଗଲ, ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଗୃହ ଏବଂ କୃଷକ କଲ୍ୟାଣ ବିଭାଗ ଅନ୍ତର୍ଭୁକ୍ତ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଗାଈ କ୍ୟାବିନେଟର ପ୍ରଥମ ବୈଠକ ଗୋଷ୍ଟାଷ୍ଟମୀ ଦିନ ଅର୍ଥାତ୍‌ ନଭେମ୍ବର୨୨ରେ ମଧ୍ୟାହ୍ନ ୧୨ଟା ସମୟରେ ଗୋ ଅଭୟାରଣ୍ୟର ଆଗର ମାଲୱାଠାରେ ଅନୁଷ୍ଠିତ ହେବ।

Share