Categories: ଜାତୀୟ

ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର

ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାଭଳି ସର୍ତ୍ତ ରହିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଏହି ଆଇନ ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ଆକ୍ଟଠାରୁ ବି ଆହୁରି କଠିନ ହୋଇପାରେ । ନରୋତ୍ତମ ମିଶ୍ର କହିଛନ୍ତି ଗୃହ ଓ ଆଇନ ବିଭାଗ ଏହି ବିଲ୍‌କୁ ନେଇ ଏକାଠି କାମ କରିବା ଆରମ୍ଭ କରିଛନ୍ତି । ସେ କହିଛନ୍ତି ଏହି ବିଲ୍‌ରେ ଅପରାଧିଙ୍କ ଜବତ ହୋଇଥିବା ଧନ ସମ୍ପତ୍ତି ଗରିବଙ୍କୁ ବାଣ୍ଟିବା ଭଳି ବ୍ୟବସ୍ଥା ରହିପାରେ । ମାମଲାକୁ ଶୀଘ୍ର ବିଚାର କରିବା ପାଇଁ ସ୍ପେଶାଲ କୋର୍ଟ ବସିବ ଓ ସାକ୍ଷୀଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ଏହି ଅପରାଧିଙ୍କୁ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସଜା ବି ଏହି ବିଲ୍‌ରେ ଆସିପାରେ । ଆଶା କରାଯାଉଛି ଆଗାମୀ ଶିତକାଳିନ ଅଧିବେଶନରେ ଏହି ବିଲ୍‌କୁ ଉପସ୍ଥାପନ କରାଯାଇପାରେ ।

Share