Categories: ଜାତୀୟ

ସ୍ତ୍ରୀଙ୍କୁ ଗୁଳି ମାରିଲେ କଂଗ୍ରେସ ନେତା

ଗ୍ବାଲିୟର, ୬।୬: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତା ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୨.୩୦ ସମୟରେ ସ୍ତ୍ରୀଙ୍କୁ ହତ୍ୟାକରି ସେ ଘଟଣାସ୍ଥଳରୁ ଫେରାର ଅଛନ୍ତି।
କଂଗ୍ରେସ ନେତା ରିଷଭ ଭଦୌରିୟା ତାଙ୍କ ସ୍ତ୍ରୀ ଭାବନା ଏବଂ ୨ ସନ୍ତାନଙ୍କ ସହ ଥାଟିପୁର ସହରର ଦର୍ପଣ କଲୋନୀରେ ରୁହନ୍ତି। ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ତ୍ରୀଙ୍କ ସହ ଝଗଡ଼ା ଲାଗିବାରୁ ରିଷଭ ସ୍ତ୍ରୀଙ୍କୁ ଗୁଳି କରିଥିଲେ। ଗୁଳି ଶବ୍ଦ ଶୁଣି ତାଙ୍କ ଦୁଇ ସନ୍ତାନ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଭାବନାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରିଷଭ କଂଗ୍ରେସର ପୂର୍ବତନ ଜିଲା ମୁଖପାତ୍ର ରହିଛନ୍ତି। ପୂର୍ବରୁ ତାଙ୍କ ବିରୋଧରେ ଡକାୟତି ଏବଂ ୪ଟି ହତ୍ୟା ମାମଲା ରୁଜୁ ହୋଇସାରିଛି।

Share