Categories: ଜାତୀୟ

ମାଉସୀ ନମସ୍କାର କହି ଘରେ ପଶିଲେ କିଛି ବ୍ୟକ୍ତି, ଆଉ ତା’ପରେ

ଗ୍ବାଲିୟର୍‌,୨୯।୭: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଏକ ଅଜବ ଲୁଟ୍‌ ହୋଇଛି। ମାଉସୀ ନମସ୍କାର କହି ଘରେ ପଶି ଖେଳନା ବନ୍ଧୁକ ଦେଖାଇ ଲୁଟ କରିନେଇଛନ୍ତି ଦୁର୍ବୃତ୍ତ। ସହରର ପରିବହନ ବ୍ୟବସାୟୀଙ୍କ ଘରୁ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଘରେ ତାଙ୍କ ସ୍ତ୍ରୀ ଏକୁଟିଆ ଥିଲେ। ଏହି ସମୟରେ କିଛି ବ୍ୟକ୍ତି ଘରକୁ ଆସି ମାଉସୀ ନମସ୍କାର କହି ପାଦ ଛୁଇଁବା ବାହାନାରେ ଘର ଭିତରେ ପ୍ରବେଶ କରିଥିଲେ। ଏହାପରେ ନକଲି ପିଷ୍ଟଲ ଦେଖାଇ ଘରେ ପଶିଥିଲେ। ଲକ୍ଷାଧିକ ଟଙ୍କା ନେଇ ପଳାଇଥିଲେ। ଯିବାପରେ ନକଲି ବନ୍ଧୁକ ଘରେ ଛାଡି ଦେଇଯାଇଛନ୍ତି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ପୋଲିସ ସିସିଟିଭିରୁ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି। ସୂଚନାଯୋଗ୍ୟ, ରାକେଶ ଶର୍ମା ନାମକ ଏହି ପରିବହନ ବ୍ୟବସାୟୀ ନିଜ ବ୍ୟବସାୟ ପାଇଁ ଅଢେଇ ଲକ୍ଷ ଟଙ୍କା କାହାକୁ ଦେବେ ବୋଲି ଘରେ ରଖିଥିଲେ। ସେ ସମସ୍ତ ଟଙ୍କା ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।

Share