Categories: ଜାତୀୟ

ସହମତିରେ ସମ୍ପର୍କ ରଖିବା ଅପରାଧ ନୁହେଁ: ହାଇକୋର୍ଟ

ଭୋପାଳ,୧।୭: ଏକ ବଳାତ୍କାର ମାମଲାର ଶୁଣାଣି ବେଳେ ମଧ୍ୟପ୍ରଦେଶ ହାଇକୋର୍ଟ ନାବାଳିକାଙ୍କ ବୟସକୁ ୧୮ରୁ ୧୬କୁ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ନାବାଳିକାକୁ ବଳାତ୍କାର ଅଭିଯୋଗରେ ତିନି ବର୍ଷ ଜେଲରେ ଥିବା ୨୦ବର୍ଷର ଯୁବକଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ହାଇକୋର୍ଟ ଏହା କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସହମତି ଭିତ୍ତିକ ସମ୍ପର୍କ ଥିବା କିଶୋରମାନଙ୍କୁ ଜେଲରେ ରଖିବା ଅନ୍ୟାୟ।

ଜଷ୍ଟିସ ଦୀପକ କୁମାର ଅଗ୍ରୱାଲଙ୍କ ଏକକ ବେଞ୍ଚ କହିଛନ୍ତି ଯେ, ୨୦୧୨ରେ ସହମତିରେ ସମ୍ପର୍କ ରଖିବାର ବୟସ ୧୬ରୁ ୧୮ବର୍ଷ ମଧ୍ୟରେ ବୃଦ୍ଧି ହେତୁ ସମାଜରେ ଏଭଳି ଘଟୁଛି। ସେ କହିଛନ୍ତି ଯେ ସୋସିଆଲ ମିଡିଆ ହେତୁ ଆଜିକାଲି ପ୍ରତ୍ୟେକ କିଶୋର ପୁଅ-ଝିଅ ଅଳ୍ପ ସମୟ ମଧ୍ୟରେ ଯୁବକ ହୋଇଯାଉଛନ୍ତି। ଏପରି ପରିସ୍ଥିତିରେ କିଶୋର ପିଲାମାନେ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି ଏବଂ ସେମାନେ ସହମତି ସହିତ ସମ୍ପର୍କ ସ୍ଥାପନ କରନ୍ତି।

Share