Categories: ଜାତୀୟ

ଦେଶପ୍ରେମର କାହାଣୀ ଶୁଣିବେ ଲୋକେ

ଗ୍ବାଲିଅର,୧୧।୧: ହିନ୍ଦୁ ମହାସଭାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉପରେ ଏକ ଅଧ୍ୟୟନ କେନ୍ଦ୍ର ଖୋଲିଛି। ହିନ୍ଦୁ ମହାସଭା ସୂଚନା ଅନୁସାରେ ଏହା ଏକ ଅଧ୍ୟୟନ କେନ୍ଦ୍ର ବା ଜ୍ଞାନ କେନ୍ଦ୍ର ଅଟେ। ଏହା ଗ୍ବାଲିଅରରେ ଖୋଲାଯାଇଛି। ଏହି ଅଧ୍ୟୟନ କେନ୍ଦ୍ରରେ ନାଥୁରାମ ଗଡସେଙ୍କ ଦେଶପ୍ରେମର କାହାଣୀ ଲୋକମାନଙ୍କୁ ବର୍ଣ୍ଣନା କରାଯିବ। ଏଠାରେ ପ୍ରଥମ ଦିନରେ ହିନ୍ଦୁ ମହାସଭା କାର୍ଯ୍ୟାଳୟର ଅଧିକାରୀମାନେ ଭୀର ସାବରକର, ରାଣୀ ଲକ୍ଷ୍ମୀବାଇ ଏବଂ ଅନ୍ୟ ସଂଗଠନର ଅଧିକାରୀଙ୍କ ସମେତ ଗଡସେଙ୍କ ଫଟୋକୁ ପୂଜା କରିଥିଲେ ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Share