Categories: ଜାତୀୟ

ନଦୀକୁ ଖସିଲା ଟ୍ରକ: ୧୦ ମୃତ, ୩୦ ଆହତ

ଭୋପାଳ,୨୮।୬: ମଧ୍ୟପ୍ରଦେଶର ଦାତିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ନଦୀରେ ଖସିପଡିବା ଫଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଲୋକ ବିବାହ ସମାରୋହରୁ ଟ୍ରକରେ ଯୋଗେ ଫେରୁଥିଲେ। ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣା ଦାତିଆର ଦୁରସଡା ପୋଲିସ ଷ୍ଟେଶନ ଅଞ୍ଚଳର ବୁହାରା ଗ୍ରାମରେ ଘଟିଛି।

ସୂଚନା ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେବା ପରେ ଜିଲା ପ୍ରଶାସନ, ପୋଲିସ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ।

 

 

Share