Advertisement

୭୦ ପିଲାଙ୍କୁ ଟିକା ଖୁଆଇଥିବା ମହିଳା କରୋନା ପଜିଟିଭ୍‌, ଗାଁରେ ଆତଙ୍କ

ଭୋପାଳ,୨୯।୭: ମଧ୍ୟପ୍ରଦେଶର ଖରଗୋନରେ ୭୦ ପିଲାଙ୍କୁ ଟିକା ଖୁଆଇବାକୁ ଦେଇଥିବା ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏକ ଟିମ୍‌ ୫ ବର୍ଷରର ୭୦ ପିଲାଙ୍କୁ ଭିଟାମିନ୍‌ ଏ ଔଷଧ ଖୁଆଇବାକୁ ଦେଇଥିଲେ। ସେହି ଟିମ୍‌ରେ ସାମିଲ ଥିଲା ଆଶାକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଆୟୁଷ ଡାକ୍ତର ଏହି ସୂଚନା ଦେବା ପରେ ଗାଁରେ ଆତଙ୍କ ସୃଷ୍ଟି ହୋଇଛି। ଜିଲା ମୁଖ୍ୟାଳୟଠାରୁ ୧୭ କିମି ଦୂର ବରୁଡର ଶିବାଜୀ ଚୌକରେ ଜଣେ ୫୦ ବର୍ଷୀୟ ଆଶାକର୍ମୀ କରୋନା ଚିହ୍ନଟ ହୋଇଛନ୍ତି। ସେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ନେତୃତ୍ୱ ଗତ ଶୁକ୍ରବାର ଯାଇ ଅଙ୍ଗନଓ୍ବାଡି କ୍ରମାଙ୍କ ନଂ-୧୦ରେ ଥିବା ମହାକାଳ ମନ୍ଦିର ସାମ୍ନାରେ ପାଖାପାଖି ୭୦ ଛୋଟ ପିଲାଙ୍କୁ ଭିଟାମିନ୍‌ ଏ ଖୁଆଇଥିଲେ। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ମହିଳାଙ୍କ ରିପୋର୍ଟ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୩୬ ଲୋକଙ୍କ ସ୍ବାବ୍‌ ନିଆଯାଇଛି। ଏବେ ଅନ୍ୟ ଲୋକଙ୍କ ତାଲିକା ପ୍ରକାଶ କରାଯାଉଛି। ସୂଚନାଯୋଗ୍ୟ, ଆଶାକର୍ମୀ ଜଣଙ୍କ ଜୁଲାଇ ୨୫ରେ ଭିଟାମିନ୍‌ ଏ ଖୁଆଇଥିବାବେଳେ ୨୬ ଜୁଲାଇରେ ତାଙ୍କ ରିପୋର୍ଟ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share