ଇନ୍ଦୋର,୪।୬:ମଧ୍ୟପ୍ରଦେଶର ଇନ୍ଦୋରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୋକ ସଭା ନିର୍ବାଚନ ଫଳାଫଳରେ ନୋଟା ମଧ୍ୟାହ୍ନ ପର୍ଯ୍ୟନ୍ତ ଏକ ଲକ୍ଷ ଭୋଟ ପାଇଛି। ଇନ୍ଦୋରର ଫଳାଫଳ ସମଗ୍ର ଦେଶରେ ଆଲୋଚନା ଚାଲିଛି। ଇନ୍ଦୋରରେ କଂଗ୍ରେସର ଲୋକ ସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ନିର୍ବାଚନ ପୂର୍ବରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଏହି କାରଣରୁ ଇନ୍ଦୋରରେ କଂଗ୍ରେସ ନିର୍ବାଚନ ଲଢି ପାରିଲା ନାହିଁ। କଂଗ୍ରେସ ନୋଟାରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲା। ଫଳାଫଳରେ ଭାଜପା ପ୍ରାର୍ଥୀ ଶଙ୍କର ଲାଲୱାନୀ ସାତ ଲକ୍ଷ ଭୋଟରେ ଆଗୁଆ ଅଛନ୍ତି।
ବିହାରର ଗୋପାଳଗଞ୍ଜରେ ଦେଶର ସର୍ବୋଚ୍ଚ ନୋଟାର ରେକର୍ଡ ରହିଛି। ୨୦୧୯ ନିର୍ବାଚନରେ, ୫୧,୬୬୦ଟି ନୋଟ ଏଠାରେ ପଡ଼ିଥିଲା। ଫଳରେ ଇନ୍ଦୋରରେ ଏକ ରେକର୍ଡ କରିଛି।