Categories: ଜାତୀୟ

ଝିଅକୁ ହତ୍ୟା ପରେ ମୃତଦେହକୁ ବଳାତ୍କାର କଲା ବାପା

ଗୁନା (ମଧ୍ୟପ୍ରଦେଶ),୨୩।୨: ଜଣେ ହାଣ୍ଡିକ୍ୟାପ୍‌ ବ୍ୟକ୍ତି ୧୪ ବର୍ଷୀୟା ନାବାଳିକା ଝିଅଙ୍କୁ ହତ୍ୟା କରିବା ପରେ ମୃତଦେହ ସହ ବଳାତ୍କାର କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗୁଣା ଜିଲାରୁ। ୪୦ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଅଭିଯୁକ୍ତ ମଙ୍ଗଳବାର ତାଙ୍କ ନାବାଳିକା ଝିଅ ଘରୁ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କୁ ଅନ୍ତିମ ଥର ମଙ୍ଗଳବାର ଅପରାହ୍ନରେ ତାଙ୍କ ବାପାଙ୍କ ସହ ଦେଖାଯାଇଥିବା କହିଥିଲେ ପଡୋଶୀ। ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଥିଲେ।

ସେ ଅପରାହ୍ନ ପ୍ରାୟ ୧୨ ଟା ବେଳେ ଝିଅକୁ ବଳାତ୍କାର ଉଦ୍ଦେଶ୍ୟରେ ଦାମଦୋଲି ଜଙ୍ଗଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଜଣାଇ ଦେବାକୁ ଧମକ ଦେବାରୁ ସେ ଝିଅର ବେକ ଚିପି ହତ୍ୟା କରିଥିଲେ। ତା’ ପରେ ମୃତଦେହ ସହ ବଳାତ୍କାର କରିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛନ୍ତି। ଅଭିଯୁକ୍ତଙ୍କ ବୟାନ ଆଧାରରେ ଜଙ୍ଗଲରୁ ପୀଡ଼ିତାଙ୍କ ମୃତହେଦ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି ଏସ୍‌ପି ରାଜୀବ କୁମାର ମିଶ୍ରା।

Share