ଚାଷରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି ଏହି ବ୍ୟକ୍ତି: କୃଷି ମନ୍ତ୍ରୀ ନିଜେ ନେଲେ ସାକ୍ଷାତକାର

ଭୋପାଳ,୩୧।୧:ମଧ୍ୟପ୍ରଦେଶର ହରଡା ଜିଲା ସିରକମ୍ବାର ଜଣେ ଚାଷୀ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ମଧୁସୂଦନ ଧାକଡ ନାମକ ଏହି ଚାଷୀ ଜଣଙ୍କ ଚାଷରୁ କେବଳ କୋଟି କୋଟି ଟଙ୍କା ରୋଜଗାର କରିନାହାନ୍ତି ତା’ନୁହେଁ ବରଂ ଶହ ଶହ ଶ୍ରମିକଙ୍କ ପାଇଁ ରୋଜଗାରର ଏକ ସ୍ଥାୟୀ ଉତ୍ସ ପାଲଟିଛନ୍ତି। ମଧ୍ୟପ୍ରଦେଶ କୃଷି ମନ୍ତ୍ରୀ କମଲ ପଟେଲ ଏହି କୃଷକ ପରିବାରକୁ ଭେଟି ଖବରଦାତାଙ୍କ ପରି ତାଙ୍କ ସାକ୍ଷାତକାର ନେଇଥିଲେ। ସେମାନଙ୍କ ସଫଳତାର କାହାଣୀ ବୁଝି ପ୍ରଶଂସା କରିଥିଲେ ମନ୍ତ୍ରୀ। ମଧୁ ଟମାଟୋ, କ୍ୟାପସିକମ, ବାଦାମ, ଲଙ୍କା ଏବଂ ଅଦା ଚାଷ କରିଛନ୍ତି। ସେ ୬୦ ଏକର ଜମିରେ ଲଙ୍କା, ୭୦ ଏକରରେ ଟମାଟୋ ଏବଂ ୩୦ ଏକରରେ ଅଦା ଲଗାଇଛନ୍ତି। ଏଥିମଧ୍ୟରୁ ଏକର ପିଛା ହାରାହାରି ୮ ରୁ ୧୦ ଲକ୍ଷ ଟଙ୍କା ଲାଭ ହୋଇଛି । ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ ମଧୁସୂଦନ କହିଛନ୍ତି, ଚଳିତ ବର୍ଷ ସେ କେବଳ ୮କୋଟି ଟଙ୍କାର ଟମାଟୋ ବିକ୍ରି କରିଛନ୍ତି। ମଧୁସୂଦନ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ବୋଲି ବର୍ଣ୍ଣନା କରି କୃଷି ମନ୍ତ୍ରୀ କମଲ ପଟେଲ କହିଛନ୍ତି।

Share