ଚତୁର୍ଥୀ ରାତିରେ ସ୍ବାମୀଙ୍କ ଉଡିଗଲା ହୋସ୍‌: ରାତି ୧୨ରେ ଶ୍ୱଶୁରଙ୍କୁ ଲଗାଇଲେ ଫୋନ୍‌

ଭୋପାଳ,୨।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଶ୍ୱଶୁର ଘର ନାଁରେ ବିବାହ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି। ସେ ଅଭିଯୋଗରେ କହିଛନ୍ତି ଯେ ସେ ଦୁଇ ବର୍ଷ ପୂର୍ବେ ବିବାହ କରିଥିବା ଝିଅ ଜଣେ କିନ୍ନର। ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ଚତୁର୍ଥୀ ରାତିରେ ଏ ବିଷୟରେ ଜାଣି ପାରିଥିଲେ। ସେହି ଦିନ ରାତି ୧୨ଟାରେ ଶ୍ୱଶୁରଙ୍କୁ ଫୋନ କରି ଏନେଇ ଜଣାଇଥିଲେ। ସୂଚନାଯୋଗ୍ୟ, ଶିବପୁରୀର ଭାବଖେଡି ଗାଁର ପଙ୍ଖି ଜାଟବଙ୍କ ସହ ଏହି ଘଟଣା ଘଟିଛି। ତାଙ୍କ ବୟସ ମାତ୍ର ୨୩ ବର୍ଷ। ଏସପି କାର୍ଯ୍ୟାଳୟରେ ଅଭିଯୋଗ କରିବାବେଳେ ସେ କହିଥିଲେ ଯେ, ଚତୁର୍ଥୀ ପରଦିନ ସେ ନିଜ ସ୍ତ୍ରୀଙ୍କୁ ଡାକ୍ତରଖାନା ନେଇ ମହିଳା ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରିଥିଲେ। ଏହା ପରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର କୌଣସି ମହିଳା ଭଳି ଲକ୍ଷଣ ନାହିଁ। ପଙ୍ଖି ତାଙ୍କ ଶାଶୁ ଓ ସ୍ତ୍ରୀ ମନୀଷାଙ୍କ ବିରୋଧରେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହିତ ବିବାହ ନାମରେ ପ୍ରତାରଣା ହେତୁ ପଙ୍ଖି ମନୀଷାଙ୍କୁ  ତାଙ୍କ ଘରକୁ ପଠାଇ ଦେଇଥିଲେ। ପଙ୍ଖି କହିଛନ୍ତି ଯେ ତାଙ୍କ ଶ୍ୱଶୁର ଏବେ ଗୋଡ ଭାଙ୍ଗିବାକୁ ଧମକ ଦେଉଛନ୍ତି। ପଙ୍ଖି ଜାଟବ ୨୦୧୯, ଜୁନ ୧୬ରେ ମନୀଷାଙ୍କୁ ବିବାହ କରିଥିଲେ।

Share