Categories: ଜାତୀୟ

ବିଧାନସଭା ନିର୍ବାଚନ ପାଇଁ ସିନ୍ଧିଆ ଏବଂ ତୋମାରଙ୍କ ଗଡରେ ହୁଙ୍କାର ଭରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୭: ଆଗାମୀ ବିଧାନସଭା ନିର୍ବାଚନ ନେଇ ରାଜନୀତି ସରଗରମ ରହିଛି। ଏନେଇ କଂଗ୍ରେସରେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ଜୁଲାଇ ୨୨ରେ ଗୱାଲିଅରରେ ନିଜର ନିର୍ବାଚନ ରାଲି ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ବିପକ୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ପରେ ସେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ବର୍ତ୍ତମାନ ପୁରୁଣା ଜନାଦେଶକୁ ବଜାୟ ରଖିବା ପାଇଁ କଂଗ୍ରେସ ପୁଣିଥରେ ଏହି ଅଞ୍ଚଳରେ ପ୍ରିୟଙ୍କା ଗାନ୍ଧୀଙ୍କ ସମାବେଶ ଆୟୋଜନ କରିବାକୁ ଯାଉଛି। ଆସନ୍ତା ବିଧାନସଭା ନିର୍ବାଚନରେ ଗୱାଲିଅର-ଚାମ୍ବଲ ଅଞ୍ଚଳରେ ରାଜନୈତିକ ଷ୍ଟାଟ୍ରେଜି ଲାଭଦାୟକ ହେବ ବୋଲି ଆଶା ରଖାଯାଉଛି।

Share