Categories: ଜାତୀୟ

ବସ-ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା: ୭ ଜୀବନ ଚାଲିଗଲା

ଭୋପାଳ,୧।୧୦:ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଏକ ବସ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଜାତୀୟ ରାଜପଥରେ ଏକ ଡମ୍ପର ସହିତ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇଥିଲା। ଗୋହଦ ଚୌରାହ ପୋଲିସ ଷ୍ଟେଶନ ଅଞ୍ଚଳର ଡଗ୍‌ ବିରଖାଡି ନିକଟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବସ ଗ୍ବାଲିଅରରୁ ବରେଲି ଯାଉଥିଲା।
ଦୁର୍ଘଟଣା ସମ୍ପର୍କରେ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରି ନାହିଁ। ୧୩ ଜଣ ଆହତଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ହୋଇ ଗ୍ବାଲିଅରକୁ ପଠାଯାଇଛି। ଘଟଣାର ତଦନ୍ତ କରାଯାଉଛି।

Share